କରଞ୍ଜିଆ (ରିପୋର୍ଟ – ଜିତେନ୍ଦ୍ର ରାଜ ):ରାଞ୍ଚି ବିଜୟୱାଡ଼ା ୨୨୦ ନମ୍ବର ଜାତୀୟ ରାଜପଥ ଯଶିପୁର ରୁ କରଞ୍ଜିଆ ରାସ୍ତା ର କୁରୁଳିଆ ନିକଟସ୍ଥ ବଳା ଛକ ଓ କାଳିକାପୁର ଛକ ନିକଟରେ ଏକ ଅଜଣା ଟ୍ରକ ରାଇରଙ୍ଗପୁର ଯାଉଥିବା ବେଳେ ସ୍କୁଟି ନମ୍ବର ଓଡି୦୯-ଏବି-୨୯୨୨ ଆରୋହୀ ମନୋରଞ୍ଜନ ନାୟକ ପିତା ତରୁଣ ନାଏକ ବାଉଶନାଳୀ ଯଶିପୁର ପଟକୁ ଦୃତ ଗତିରେ ପାର ହେଉଥିବା ବେଳେ ସନ୍ଧ୍ୟା ପ୍ରାୟ ୭ ଟା ସମୟରେ ପଛ ପଟରୁ ଧକ୍କା ଦେଇଥିଲା। ଯୁବକ ଜଣକ ରାସ୍ତା ଉପରେ ଛିଟିକି ପଡ଼ିଥିଲେ

ଦୁର୍ଘଟଣା ଏତେ ଜୋର୍ ଥିଲା ଯେ ଯୁବକ ଜଣକ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ଉତ୍ୟକ୍ତ ଲୋକ ମୃତ୍ୟୁ ଶରୀରକୁ ଧରି ରାସ୍ତା ଅବରୋଧ କରିଥିଲେ ଫଳରେ ଦୀର୍ଘ ସମୟ ଧରି ଯାନବାହାନ ଚଳା ଚଳ ବନ୍ଦ ହୋଇଥିଲା ରାସ୍ତାର ଉଭୟ ପାର୍ଶ୍ଵରେ ଗାଡି ର ଲମ୍ବା ଲାଇନ ଲାଗିଥିଲା
ସୂଚନା ଯୋଗ୍ୟ ଯେ ବ୍ୟକ୍ତି ଜଣକ ବିଦ୍ୟୁତ ବିଭାଗ ରେ କାର୍ଯ୍ୟରତ ଥିଲେ। କରଞ୍ଜିଆ ଥାନା ଭାରପ୍ରାପ୍ତ ଅଧିକାରୀ ନିରୋଦ କୁମାର ମଲ୍ଲିକଙ୍କ ନିର୍ଦ୍ଦେଶ ମତେ ସଵ୍ ଇନ୍ସପେକ୍ଟର ବଳରାମ ମହାରଣା ଘଟଣାସ୍ଥଳରେ ପହଂଚି ଶବକୁ ହେପାଜତରେ ରଖି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୋକ୍ ହଟିଥିଲା । ପୋଲିସ ଶବ କୁ ଜବତ ପରେ ବ୍ୟବଛେଦ ନିମନ୍ତେ ଉପଖଣ୍ଡ ଚିକିତ୍ସାଳୟ ପଠାଇ ଅଧିକ ତଦନ୍ତ ଜାରୀ ରଖିଛି।ଟ୍ରକ ଟିକୁ ତାଟୋ ନିକଟ ରେ ଅଟକ ରଖି ଡ୍ରାଇଭର କୁ ପଚରାଉଚରା କରୁଛି କରଞ୍ଜିଆ ପୋଲିସ