ମୁକୁନ୍ଦ ଦାଶଙ୍କୁ ରାଷ୍ଟ୍ରୀୟ ନୈତିକତା ସମ୍ମାନ ପ୍ରଦାନ

ବରଗଡ଼ : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟର ପ୍ରତିଷ୍ଠାତା ଶ୍ରୀ ମୁକୁନ୍ଦ ଦାଶ ଙ୍କ ସମାଜ ସେବା କାର୍ଯ୍ୟ ତଥା ଅନେକ ଲୋକଙ୍କୁ ସାହାଯ୍ୟ ତଥା କୁଷ୍ଠ ରୋଗ ରୁ ମୁକ୍ତି ପାଇଥିବା ବ୍ୟକ୍ତିମାନଙ୍କ ସେବା ଓ ମହାମାରୀ ସମୟରେ ଅନେକ ଲୋକଙ୍କୁ ସାହାଯ୍ୟ ଓ ସହଯୋଗ କରିବା ପାଇଁ ଆଜି ଅଯୋଧ୍ୟାର ଏକ ରାଷ୍ଟ୍ରୟ ସାମାଜିକ ଅନୁଷ୍ଠାନ ଟ୍ରଟେଜି ଫାଉଣ୍ଡେସନ ତରଫରୁ ଏକ ସମ୍ମାନ ଜନକ ପୁରସ୍କାର ପ୍ରଦାନ କରାଯାଇଛି।

ପ୍ରକାଶ ଥାଉକି ଜନ କଲ୍ୟାଣ ସେବା ଟ୍ରଷ୍ଟର ସେବା କାର୍ଯ୍ୟ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି ବୋଲି ମୁକୁନ୍ଦ ଦାଶ ସୂଚନା ପ୍ରଦାନ କରିଛନ୍ତି।ଏହି ସମ୍ମାନ ଡାକ ଯୋଗେ ତଥା ଇ-ମେଲ ମାଧ୍ୟମରେ ସମ୍ମାନ ପତ୍ର ଆଜି ପହଞ୍ଚିଛି ବୋଲି ଶ୍ରୀ ଦାଶ ଜଣାଇଛନ୍ତି ଏହି ସମ୍ମାନ ପାଇଁ ମୁକୁନ୍ଦ ବରଗଡ଼ବାସୀ ତଥା ଜନ କଲ୍ୟାଣ ସେବା ଟ୍ରଷ୍ଟର ସମସ୍ତ ଆଜୀବନ ସଭ୍ୟ ଓ ସଭ୍ୟା ତଥା ଟ୍ରଷ୍ଟ ବୋର୍ଡ କୁ ଶେୟ ଦେଇଛନ୍ତି

Leave a Reply

Your email address will not be published. Required fields are marked *

Powered by Joinchat