ବିଶିଷ୍ଟ ସମାଜସେବୀ କାମପାଳ ପାତ୍ରଙ୍କ ସ୍ମୃତିସଭା ଆୟୋଜିତ

ସୁବର୍ଣ୍ଣପୁର( ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ସଂଚଳର ବିଶିଷ୍ଟ ସମାଜସେବୀ ତଥା ରାଜନୀତିଜ୍ଞ ସ୍ଵର୍ଗତ କାମପାଳ ପାତ୍ର ଙ୍କ ସ୍ମୃତି ଉଦ୍ଧେଶ୍ୟରେ ଏକ ସଭା ଆୟୋଜିତ ହୋଇଯାଇଛି। ସଭାରେ ଉଲୁଣ୍ଡା ବ୍ଲକ ଅଞ୍ଚଳ ର ବିଭିନ୍ନ ସମାଜସେବୀ, ବିଭିନ୍ନ ଅନୁଷ୍ଠାନ ଯୁବ ମହାସଂଘ ଉଲୁଣ୍ଡା, ରାମଜୀ କ୍ଲବ ମାଟିଖାଇ, ଭରଷା ପରିବାର ଉଲୁଣ୍ଡା, ଏସ୍ ଡି ଏ ଆର କ୍ଲବ, ଗଣ୍ଡାବହାଲ, ଆସ୍ଥା କ୍ଲବ, ଡୁମାଲ ପରିଷଦ ଉଲୁଣ୍ଡାର ବିଭିନ୍ନ କର୍ମକର୍ତ୍ତା ଯୋଗଦାନ କରି ସ୍ଵର୍ଗତ ପାତ୍ର ଙ୍କ ସ୍ମୃତି ଚାରଣ କରିଥିଲେ।ମୂରଲୀଧର ମହାକୁର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବରିଷ୍ଠ ରାଜନେତା ହିମାଂଶୁ ଶେଖର ତ୍ରିପାଠୀ, ଧର୍ମନିରଞ୍ଜନ ପଣ୍ଡା, ମୀନକେତନ ମହାକୁର, ବୈଷ୍ଣବ ତରାଇ, ଅତିଥି ଭାବରେ ଯୋଗଦାନ କରିଥିଲେ l

ବିଶ୍ୱଜିତ୍ ପାତ୍ର ସଭା କାର୍ଯ୍ୟକୁ ପରିଚାଳନା କରିଥିଲେ l ମହେଶ ରଞ୍ଜନ ପୁରୋହିତ, ଦିଲ୍ଲୀପ ପୁରୋହିତ, ସତ୍ୟ ଥପା, ଚିତ୍ତରଞ୍ଜନ ମିଶ୍ର, ସନ୍ତୋଷ ଭୁକ୍ତା, ବାସୁଦେବ ଭୋଇ, ଗୋବିନ୍ଦ ତରାଇ ପ୍ରମୁଖ ସହଯୋଗ କରିଥିଲେ l ଆସନ୍ତା ୨୨ ତାରିଖ ରବିବାର ଦିନ ଉଲୁଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ରେ ଏକ ରକ୍ତ ଦାନ ଶିବିର କରାଯିବା ନେଇ ସର୍ବ ସମ୍ମତିରେ ନିଷ୍ପତ୍ତି ହୋଇଥିଲା।ଏହି ଅବସରରେ ଜିଲ୍ଲା ଡୁମାଳ ପରିଷଦ ସଭାପତି ଅଶ୍ଵିନୀ ମହାକୁର ବିଭିନ୍ନ ସ୍ଵେଚ୍ଛାସେବୀ ଓ ମାହେଶ୍ୱରୀ ସେନାର ସହଯୋଗ କାମନା କରିଥିବାବେଳେ ବିଶ୍ଵଜିତ ପାତ୍ର ସଭା ସଂଯୋଜନା କରିଥିଲେ ଓ ସନ୍ତୋଷିନୀ ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ lରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave a Reply

Your email address will not be published. Required fields are marked *

error: Content is protected !!
Powered by Joinchat