କରଞ୍ଜିଆ (ରିପୋର୍ଟ – ଜିତେନ୍ଦ୍ର ରାଜ ) : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସହର ସ୍ଥିତ ପାଞ୍ଚପୀଢ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମ୍ମିଳନୀ କକ୍ଷ ରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ସମୟ ଦିବା ୧୧.୦୦ ଘଟିକାରେ ଯୁକ୍ତ ଦୁଇ ପ୍ରଥମ ବର୍ଷ କଳା ଓ ବିଞ୍ଜାନ ଛାତ୍ରୀମାନଙ୍କ ପାଇଁ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ବିଜ୍ଞାନ ଛାତ୍ରୀ ରୁକ୍ମଣୀ ମହାନ୍ତ ସଭାପତି ଚୟନ କରିବା ପରେ ସଭାପତିଙ୍କ ଦ୍ବାରା ଉପସ୍ଥିତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀମାନେ ପ୍ରଦୀପ ପ୍ରଜ୍ଜ୍ଵଳନ କରିବା ପରେ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଜାନୁଆରୀ,ରୁକ୍ମଣୀ,ସୁଜାତା,ପ୍ରୀୟଙ୍କା,ପାଏଲ ଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇ ଥିଲା ।
କାର୍ଯ୍ୟକ୍ରମ ରେ ଉପସ୍ଥିତ ଇତିହାସ ବିଭାଗର ବରିଷ୍ଠ ଅଧ୍ୟାପିକା ମମତାରାଣୀ ସାହୁ,ଗଣିତ ଅଧ୍ୟାପକ ସଞ୍ଜତ କୁମାର କର, ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ପ୍ରୀୟ ରଞ୍ଜନ ତନ୍ତୀ, ପଦାର୍ଥ ବିଜ୍ଞାନ ଅଧ୍ୟାପିକା ଅର୍ଚ୍ଚନା ମାଝି, ଖେଳ ପ୍ରଶିକ୍ଷିକା ସେହନାଜ ବେଗମ, ଲାଇବ୍ରେରୀ ଆଟେଣ୍ଡାଣ୍ଟ ନନ୍ଦିନୀ ମହାନ୍ତ, ଓଡ଼ିଆ ଅଧ୍ୟାପକ ମାନସ ରଞ୍ଜନ ବେହେରା, ପ୍ରାଣୀ ବିଜ୍ଞାନ ଅଧ୍ୟାପକ ଯଯାତି କେଶରୀ ମହାନ୍ତ, ଉଦ୍ଭିଦ ବିଜ୍ଞାନ ଲେବ ଆସିଷ୍ଟାଣ୍ଟ ବେଣୁଧର ମହାନ୍ତ, ସଂସ୍କୃତ ଅଧ୍ୟାପିକା ଦିବ୍ଯଶ୍ରୀ ବାରିକ, ଇଂରାଜୀ ଅଧ୍ୟାପିକା ପ୍ରୀୟଙ୍କା ପାତ୍ର, ରାସାୟନ ବିଞ୍ଜାନ ଅଧ୍ୟାପକ ଶୁଭ୍ରାଂଶ ତ୍ରିପାଠୀ, ରାଜନୀତି ବିଜ୍ଞାନ ଅଧ୍ୟାପିକା ରୀମା ସେଠୀ,ଗୃହ ବିଞ୍ଜାନ ଅଧ୍ୟାପିକା ଶୁଭଦର୍ଶିନୀ ଶ୍ଵେତପଦ୍ମା, ଇତିହାସ ଅଧ୍ୟାପିକା ଯୋଶମତୀ ମହାନ୍ତ, ଓଡ଼ିଆ ଅଧ୍ୟାପକ ଜୟ କୁମାର ସାହା , ତର୍କଶାସ୍ତ ଅଧ୍ୟାପିକା କରମୀ ବାସ୍କେ , ପଦାର୍ଥ ବିଜ୍ଞାନ ଲେବ ଆସିଷ୍ଟାଣ୍ଟ ସ୍ମୀତାମୟୀ ମହାନ୍ତ ଏହି ଦିବସ ଅବସର ରେ ଉପସ୍ଥିତ ଛାତ୍ରୀ ମାନଙ୍କୁ ଭଲ ଶିକ୍ଷା ଗ୍ରହଣ କରିବା ସହ ମୋବାଇଲ ଠାରୁ ଦୂରରେ ରହି ନିଜ ଭବିଷ୍ୟତ ଗଢିବା ପାଇଁ ପରାମର୍ଶ ଦେଇ ଥିଲେ ।
ନୂତନ ପ୍ରଥମ ବର୍ଷ ବିଜ୍ଞାନ ଓ କଳା ଛାତ୍ରୀ ମାନଙ୍କ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳନ ଅବସରରେ ଦ୍ବିତୀୟବର୍ଷର ଜାନୁଆରୀ,ରୁକ୍ମଣୀ,ସୁଜାତା,ପିଙ୍କି,ବର୍ଷା,ପାଏଲ,ସାଗରିକା,ଅଞ୍ଜନା , ଉପସ୍ଥିତ ପ୍ରଥମ ବର୍ଷ କଳା ଓ ବିଞ୍ଜାନ ର ନୂତନ ଛାତ୍ରୀ ମାନଙ୍କୁ ଶଙ୍ଖ ହୁଳହୁଳି ଦେଇ ବନ୍ଦାଇ ସହ ଉପହାର ପ୍ରଦାନ କରିଥିଲେ । ଏହି ସଭାରେ ଯୁକ୍ତ ଦୁଇ ପ୍ରଥମ ଓ ଦ୍ବିତୀୟ ବର୍ଷର ଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିଲା । ଶେଷ ରେ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ରୀ ପୂଜା କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା ପାଇଁ ଭୀମସେନ ବେହେରା ସହଯୋଗ କରିଥିଲେ ।