ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବିକାଶ ମେଳା ଉଦଘାଟିତ

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ): ପୁରୀ ଅର୍ବାନ ହାଟ ପରିସରରେ ଆଜି ବିକାଶ ମେଳାକୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଊଦଘାଟନ କରିଛନ୍ତି।ଏହି ମେଳା ସେପ୍ଟେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ।ମେଳା ମାଧ୍ୟମରେ ହସ୍ତଶିଳ୍ପୀ କାରିଗର, ଛୋଟ ଛୋଟ ଉଦ୍ୟୋଗୀ ଓ ମହିଳା ଗୋଷ୍ଠୀ ମାନଙ୍କ ଉତ୍ପାଦିତ ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରି ସହ ସେମାନଙ୍କ ଆର୍ଥିକ ସ୍ଥିତି କୁ ମଜବୁତ କରିଥାଏ।ସମସ୍ତେ ନିଜ ନିଜ ଦକ୍ଷତାର ଉପଯୋଗ ସହ ନିଜ ଆର୍ଥିକ ସ୍ଥିତି କୁ ସମୃଦ୍ଧ କରିବା ସରକାର ଙ୍କ ର ଲକ୍ଷ୍ୟ ଏବଂ ଏଥିପାଇଁ ସମସ୍ତ ସହଯୋଗ ଯୋଗାଇ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ସୂଚନା ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଙ୍କ ସହ ଊପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା,ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟକ ଶ୍ରୀମତୀ ଉପାସନା ମହାପାତ୍ର ପ୍ରମୁଖ ମେଳା ପରିଦର୍ଶନ ସହ ଶିଳ୍ପୀ ଓ ମିଶନ ଶକ୍ତି ମା ମାନଙ୍କ ସହ ଆଲୋଚନା କରିଥିଲେ।ମେଳାରେ ୭୦ ଟି ଷ୍ଟଲ ଖୋଲା ଯାଇଛି।ଏହା ସକାଳ ୧୦ ଘଟିକାରୁ ସଂଧ୍ୟା ୯ ଘଟିକା ପର୍ଯ୍ୟନ୍ତ ଚାଲିବ ବୋଲି ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ସୂଚନା ଦେଇଛନ୍ତି।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସ ପି ପିନାକ ମିଶ୍ର, ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!