ବିକାଶ ମେଳାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରଦର୍ଶନୀ

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ):ପୁରୀ ଅର୍ବାନ ହାଟ ଠାରେ ଆରମ୍ଭ ହୋଇ ଥିବା ରାଜ୍ୟ ସ୍ତରୀୟ ବିକାଶ ମେଳାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଗୋଟିଏ ଷ୍ଟଲ ପ୍ରଦର୍ଶିତ ହେଉଛି।ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ, ନିର୍ଦ୍ଦେଶକ ସରୋଜ କୁମାର ସାମଲ ଙ୍କ ପରାମର୍ଶ କ୍ରମେ ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ ଙ୍କ ତତ୍ତ୍ୱାବଧାନରେ ଏହା ପ୍ରଦର୍ଶିତ ହେଉଛି।ଏହାକୁ ପୁରୀ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ପରିଚାଳନା କରୁଛନ୍ତି।

ସାଧାରଣ ଜନତା ଓ ଛାତ୍ରଛାତ୍ରୀ ମାନେ ଅର୍ବାନ ହାଟର ବିଭିନ୍ନ ଷ୍ଟଲ ବୁଲିବା ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ଷ୍ଟଲ ନିକଟରେ ଅଟକି ବିଭିନ୍ନ ଫଟୋ ଚିତ୍ର କୁ ଦେଖିବା ସହ ସେମାନଙ୍କ ପାଇଁ ଉପଲବ୍ଧ ବିଭିନ୍ନ ସୂଚନା, ସଚେତନତା କୁ ଅନୁଧ୍ୟାନ କରୁଛନ୍ତି।ସରକାରଙ୍କ ବିଭିନ୍ନ ଯୋଜନା ର ପ୍ରଦର୍ଶିତ ତଥ୍ୟ ସେମାନ ଙ୍କୁ ଆକୃଷ୍ଟ କରୁଛି।ବିଭାଗର ଏଆଇଓ ରାଜେନ୍ଦ୍ର କୁମାର ପାତ୍ର, ଏସଡିଆଇପିଆରଓ ପ୍ରଦୀପ୍ତ ସେନାପତି, ବରିଷ୍ଠ ରାଜସ୍ୱ ସହାୟକ ଜିତେନ୍ଦ୍ର ସ୍ୱାଇଁ,, ଅପରେଟର ପ୍ରସନ୍ନ ସାହୁ, ଲାଇବ୍ରେରିଆନ ମିନତୀ ଦାସ,ଭଣ୍ଡାର ରକ୍ଷକ ରବୀନ୍ଦ୍ର ଦାସ, ହେଡ ଡ୍ରାଇଭର ପ୍ରଦୀପ୍ତ ପଟ୍ଟନାୟକ,ପ୍ରତିମା ମହାନ୍ତି, ସୁବ୍ରତ ସାହୁ,ତ୍ରୀନାଥ ପାତ୍ର ପ୍ରମୁଖ ପ୍ରଦର୍ଶନୀରେ ସହଯୋଗ କରୁଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!