ବରଗଡ (ମୁକୁନ୍ଦ ଦାସ ) : ଆବାହକ ତଥା ପୂର୍ବତନ ସମବାୟ ପ୍ରକୋଷ୍ଠ ସଭାପତି ସମ୍ବଲପୁର, ପୂର୍ବତନ ବିଜେପି ଜିଲ୍ଲା ସଭାପତି ବରଗଡ ଶ୍ରୀଯୁକ୍ତ ସୁକାନ୍ତ କୁମାର ଦାଶ ଙ୍କ ସଭାପତିତ୍ୱରେ ଓ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ କୁଶ କୁମ୍ଭାର ଙ୍କ ସଂଯୋଜନାରେ ବରଗଡ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ସମବାୟ ପ୍ରକୋଷ୍ଠ ଓଡିଶା ପ୍ରଦେଶ (ବରଗଡ ଜିଲ୍ଲା) ର ସଦସ୍ୟତା ଅଭିଯାନ -୨୦୨୪ ଅନୁଷ୍ଠିତ ହୋଇଯାଇଛି. ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ତଥା ବରଗଡ ବିଧାୟକ “ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ଷଢଙ୍ଗୀ” ବିଜେପି ନେତୃତ୍ୱରେ ସମବାୟ ପ୍ରକୋଷ୍ଠ କିପରି ସୁଦୃଢ ହେବ ଏବଂ ସଦସ୍ୟତା ହେବ ତାରିଉପରେ ମାର୍ଗଦର୍ଶନ କରିଥିଲେ।
ସମ୍ମାନିତ ଅତିଥି ତଥା ମୁଖ୍ୟ ବକ୍ତା ଭାବେ ବିଜେପି ରାଜ୍ୟ ସମବାୟ ପ୍ରକୋଷ୍ଠ ଓଡିଶା ପ୍ରଦେଶ ର ସଂଯୋଜକ ଶ୍ରୀଯୁକ୍ତ ଶ୍ରୀରଞ୍ଜନ ମଙ୍ଗରାଜ, ସହ -ସଂଯୋଜକ କନ୍ନେହୀଆ କୁମାର ଝା, ସମବାୟ ପ୍ରକୋଷ୍ଠ ର ସଭାପତି ଓ ପୂର୍ବତନ ସଭାପତି ଶ୍ରୀଯୁକ୍ତ ଶିବପ୍ରସାଦ ଖମାରୀ, କୁଶ ସାହୁ, ରବିନାରାୟଣ ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ରବିନାରାୟଣ ଦାଶ, ଦିବ୍ୟ କିଶୋର ଭୋଇ, ଲକ୍ଷ୍ମଣ ନନ୍ଦ, ଲକ୍ଷ୍ମୀ ରଥ, ଅନନ୍ତ ନାରାୟଣ ଭୋଇ, କୃଷ୍ଣ କୁମାର ମହାନ୍ତି ମଂଚାସୀନ ହୋଇ ସଦସ୍ୟତା ଅଭିଯାନ ବିଷୟରେ ଉଦବୋଧନ ଦେଇ ଥିବାବେଳେ ଶତାଧିକ କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ. ସଭାଶେଷରେ ଲମ୍ବୋଧର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ.