ପୁରୀ ଗସ୍ତରେ ଆମେରିକା ରାଷ୍ଟ୍ରଦୂତ ଏରିକ୍ ମାଇକେଲ୍ ଓ ତାଙ୍କ ପରିବାର

ପୁରୀ : ଆମେରିକା ରାଷ୍ଟ୍ରଦୂତ ଏରିକ୍ ମାଇକେଲ ଗାର୍ସେଟି ତାଙ୍କ ପତ୍ନୀ ଏବଂ ପିଲାମାନଙ୍କ ସହ ଶ୍ରୀ ଜଗନ୍ନାଥ ମନ୍ଦିରର ପରିକ୍ରମା ବୁଲି ଦେଖିଥିଲେ।

ଗାର୍ସେଟି ସକାଳେ ସହରରେ ପହଞ୍ଚିଥିଲେ ଏବଂ ବ୍ଲୁ ଫ୍ଲାଗ୍ ବେଳାଭୂମି ଅଭିମୁଖେ ଯାତ୍ରା କରିଥିଲେ ଯେଉଁଠାରେ ସେ ଏବଂ ତାଙ୍କ ପରିବାର ସମୁଦ୍ରରେ ଗାଧେଇଥିଲେ । ପରେ ସେମାନେ ପରିକ୍ରମା ଚାରିପଟେ ବୁଲିଥିଲେ।

ରାଷ୍ଟ୍ରଦୂତ ଏବଂ ତାଙ୍କ ପରିବାର ମେରାଇନ୍ ଡ୍ରାଇଭ୍ ରୋଡ୍ ନିକଟରେ ଥିବା ଏକ ହୋଟେଲରେ ରାତି ବିତାଇବେ। ରବିବାର ସକାଳ ପ୍ରାୟ ୫ଟା ୩୦ ମିନିଟରେ ଏକ ‘ସୁର୍ଯୋଦୟ ଯୋଗ’ ଅଧିବେଶନରେ ଅଂଶଗ୍ରହଣ କରିବାର କାର୍ଯ୍ଯକ୍ରମ ରହିଛି। ଏହାପରେ ସେମାନେ ଭୁବନେଶ୍ୱର ଯିବା ପୂର୍ବରୁ ସୂର୍ଯ୍ଯ ମନ୍ଦିର ଦର୍ଶନ କରିବା ପାଇଁ କୋଣାର୍କ ଅଭିମୁଖେ ଯାତ୍ରା କରିବେ।

ଗାର୍ସେଟି ଏବଂ ତାଙ୍କ ପରିବାର ସକାଳ ପ୍ରାୟ ୯ଟା ବେଳେ ଭୁବନେଶ୍ୱରରେ ପହଞ୍ଚିଥିଲେ। ପୁରୀ ଯିବା ପୂର୍ବରୁ ସେମାନେ ମୁକ୍ତେଶ୍ୱର ମନ୍ଦିର ପରିଦର୍ଶନ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!