ମୟୁରଭଞ୍ଜ ( ରିପୋର୍ଟ – ଜିତେନ୍ଦ୍ର ରାଜ ):କରଞ୍ଜିଆ ସହର ସ୍ଥିତ ପାଞ୍ଚପୀଢ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମଙ୍ଗଳବାର ତା ୦୧/୧୦/୨୦୨୪ ରିଖ ପାଞ୍ଚପୀଢ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟା ଳୟ ଯୁବ ରେଡକ୍ରସ ଓ ରେଡ ରିବନ କ୍ଲବ ସହଯୋଗ ରେ ଅଧ୍ୟକ୍ଷ ଦିଲ୍ଲୀପ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ସହ ରେଡକ୍ରସ ପ୍ରବେଶିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ସହ ରେଡକ୍ରସ ପ୍ରବେଶିକା କାର୍ଯ୍ୟକ୍ରମ ପାଳନ ଅବସରରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ପୃଷ୍ଟି କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରୀ ମାନଙ୍କୁ ରେଡକ୍ରସ ର ଆଭିମୁଖ୍ଯ ଓ ରକ୍ତଦାନ ର ଉପକାରିତା ବିଷୟରେ ସଚେତନ କରାଇ ଥିଲେ ।
ଓଡ଼ିଆ ଅଧ୍ୟାପକ ଯୁବ ରେଡକ୍ରସ ପରାମର୍ଶ ଦାତା ମାନସ ରଞ୍ଜନ ବେହେରାଙ୍କ ନେତୃତ୍ବ ରେ ଏହି ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ସହ ରେଡକ୍ରସ ପ୍ରବେଶିକା କାର୍ଯ୍ୟକ୍ରମ ଅନୁଷ୍ଠିତହୋଇଥିଲା । ପାଞ୍ଚପୀଢ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଖେଳ ଶିକ୍ଷୟିତ୍ରୀ ସେହନାଜ ବେଗମ, ପ୍ରାଣୀ ବିଜ୍ଞାନ ଅଧ୍ୟାପକ ଯଯାତି କେଶରୀ ମହାନ୍ତ, ରାସାୟନ ବିଞ୍ଜାନ ଅଧ୍ୟାପକ ଶୁଭ୍ରାଂଶୁ ତ୍ରିପାଠୀ, ରାଜନୀତି ବିଜ୍ଞାନ ଅଧ୍ୟାପିକା ରୀମା ସେଠୀ , ଇଂରାଜୀ ଅଧ୍ୟାପିକା ପ୍ରିୟଙ୍କା ପାତ୍ର ଉପସ୍ଥିତ ରହି ଉପସ୍ଥିତ ଛାତ୍ରୀ ମାନଙ୍କୁ ରକ୍ତଦାନ ବିଷୟରେ ସଚେତନ କରାଇ ଥିଲେ । ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ସହ ରେଡକ୍ରସ ପ୍ରବେଶିକା କାର୍ଯ୍ୟକ୍ରମକୁ ଦ୍ବିତୀୟ ବର୍ଷର ଯୁବ ରେଡକ୍ରସ ସ୍ବେଚ୍ଛାସେବୀ ମାନେ ରେଡକ୍ରସ କାର୍ଯ୍ୟକ୍ରମରେ ହେଉଥିବା ସଙ୍ଗୀତ, କରତାଳି ବିଷୟରେ ନୂତନ ସ୍ବେଚ୍ଛାସେବୀ ମାନଙ୍କୁ ଅବଗତ କରାଇ ଥିଲେ । ଏହି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା ପାଇଁ ଭୀମସେନ ବେହେରା ସହଯୋଗ କରିଥିଲେ ।