ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ): ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତଥା ଜିଲ୍ଲା ଆଇନ ସେବା ପ୍ରାଧୀକରଣ , ସୁବର୍ଣ୍ଣପୁର ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ନୂତନ ଟାଉନ୍ ହଲ୍, ସୁବର୍ଣ୍ଣପୁର ଠାରେ ପାଳିତ ହୋଇଯାଇଛି। ଏହି ଦିବସ ପାଳନ ଅବସରରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଯୋଗ ଶିବିର, ସ୍ୱାସ୍ଥ୍ୟ ଶିବିର ପ୍ରଭୁତି ଆୟୋଜନ କରାଯାଇଥିଲା।

ଅତିରିକ୍ତ ଜିଲ୍ଲାପାଳ, ସୁବର୍ଣ୍ଣପୁର ଶ୍ରୀମତୀ ଅଞ୍ଜଳିନା ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମାନ୍ୟବର ବିଧାୟକ ବୀରମହାରାଜପୁର ଇଂ ରଘୁନାଥ ଜଗଦଲା ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ସଚିବ, ଜିଲ୍ଲା ଆଇନ ସେବା ପ୍ରାଧୀକରଣ, ସୁବର୍ଣ୍ଣପୁର କୁମୁଦିନୀ ମୁଦୁଲି, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା. ରମେଶ ଚନ୍ଦ୍ର ସ୍ଵାଇଁ, ଉପଜିଲ୍ଲାପାଳ ସୋନପୁର ଶ୍ରୀମତୀ ସୌମ୍ୟାରୁପା ରଥ, ସାଇବର ଥାନା ପୋଲିସ ନିରୀକ୍ଷକ ଭାରତୀ ନାଏକ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ ପ୍ରମୁଖ ସମ୍ମାନିତ ଅତିଥିଭାବେ ମଂଚାସୀନ ରହିଥିଲେ।

ମୁଖ୍ୟଅତିଥି ମାନ୍ୟବର ବିଧାୟକ ବରିଷ୍ଠ ନାଗରିକ ଙ୍କୁ ସମାଜର ପ୍ରତିଟି ସ୍ତରରେ ଓ କ୍ଷେତ୍ରରେ ସମ୍ମାନ ଦେବାକୁ ପରାମର୍ଶ ଦେଇଥିଲେ, ସେ କହିଲେ ଯେ ବରିଷ୍ଠ ନାଗରିକ ଆମ ସମାଜର ଗୁରୁତ୍ୱପୂର୍ଣ ଅଙ୍ଗ ଓ ପଥପ୍ରଦର୍ଶକ, ସେମାନଙ୍କ ସୁରକ୍ଷା ତଥା ସୁସ୍ଥ ଓ ନିରାମୟ ଜୀବନ ଆମ ସମାଜ ନିମନ୍ତେ ଅତୀବ ଗୁରୁତ୍ୱପୂର୍ଣ। ସଚିବ,ଜିଲ୍ଲା ଆଇନ ସେବା ପ୍ରାଧିକରଣ ବକ୍ତବ୍ୟ ରେ ବରିଷ୍ଠ ନାଗରିକଙ୍କ ନିମନ୍ତେ ରହିଥିବା ଆଇନ ସୁରକ୍ଷା ଉପରେ ସୂଚୀତ କରିଥିଲେ, ସେହିପରି ସାଇବର ପୋଲିସ ନିରୀକ୍ଷକ ବଲାଙ୍ଗୀର ଭାରତୀ ନାଏକ,ବରିଷ୍ଠ ନାଗରିକ ସାଇବର ଠକାମିରୁ ବର୍ତ୍ତିବା ପାଇଁ ଆବଶ୍ୟକ ସଚେତନ ନିମନ୍ତେ ଗୁରୁତ୍ୱପୂର୍ଣ ତଥ୍ୟ ପ୍ରଦାନ କରିଥିଲେ। ଉପଜିଲ୍ଲାପାଳ ସୋନପୁର ବରିଷ୍ଠ ନାଗରିକଙ୍କ ସୁସ୍ଥ ଓ ନିରୋଗ ଜୀବନ ଯାପନ ନିମନ୍ତେ ଆବଶ୍ୟକ ସୂଚନା ଦେଇଥିଲେ।

କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାର ବରିଷ୍ଠ ନାଗରିକ ସଂଘ, ସୋନପୁର ତଥା ଅନ୍ୟାନ୍ୟ ବ୍ଲକ ସ୍ତରୀୟ ବରିଷ୍ଠ ନାଗରିକ ସଂଘ ର କାର୍ଯ୍ୟକର୍ତ୍ତା ତଥା ବରିଷ୍ଠ ନାଗରିକ ଯୋଗଦେଇଥିଲେ। ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ମାନ୍ୟବର ବିଧାୟକଙ୍କ କରକମଳରେ ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ନାଗରିକ ଶ୍ରୀ ଗୋରେଖ ନାଥ ସାହୁ, ଓ କୋକିଳ କୃଷ୍ଣ ଚନ୍ଦ୍ର ପାତ୍ରଙ୍କୁ ସମାଜ ସେବା କ୍ଷେତ୍ରରେ ଓ ପଦ୍ମନାଭ ପ୍ରଧାନ ଓ ରବିଚନ୍ଦ୍ର ବେହେରା ଙ୍କୁ ସଫଳ ଚାଷୀ ଭାବରେ ଅଙ୍ଗ ବସ୍ତ୍ର ପ୍ରଦାନ ସହ ମାନ ପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ପ୍ରଭାସ କୁମାର କର୍ଣ୍ଣ ସଭା ସଂଯୋଜନା ସହ ଧନ୍ୟବାଦ ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାସ୍ତରୀୟ ଅଧିକାରୀ, ସାମ୍ବାଦିକ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!