ସେବା ପାଇଁ ମୁକୁନ୍ଦ, ରକ୍ତଦାନ ପାଇଁ ଶିବାନନ୍ଦ, କ୍ରୀଡା ପାଇଁ ସନ୍ତୋଷ ସମ୍ମାନିତ

ବରଗଡ : ବଲାଙ୍ଗୀରରୁ ପ୍ରକାଶିତ ସାପ୍ତାହିକ ସମ୍ବାଦପତ୍ର ପ୍ରେରଣା ଖବର ଓ ପ୍ରେରଣା ପୋର୍ଟାଲ ର ୪ ବର୍ଷ ପୂର୍ତ୍ତି ଅବସରରେ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ମହା ଆଡ଼ମ୍ବରରେ ସହିତ ପାଳନ ହୋଇଯାଇଛି,ଏହି ଅବସରରେ ମୁଖ୍ୟ ଅତିଥିଭାବେ ବଲାଙ୍ଗୀର ର ବିଧାୟକ କଲିକେଶ ନାରାୟଣ ସିଂହଦେଓ ଯୋଗଦାନ କରି କାର୍ଯ୍ୟକ୍ରମ କୁ ଉତଘାଟନ କରିଥିଲେ ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନେକ ଲୋକଙ୍କୁ ସମ୍ମାନିତ କରାଯାଇଥିଲା,

କିନ୍ତୁ ବରଗଡ଼ ର ୩ ଜଣ ପ୍ରତିଭାଙ୍କୁ ଗୋଟିଏ ମଞ୍ଚ ରେ ସମ୍ମାନିତ ଏହି ପରିପ୍ରେକ୍ଷିରେ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସଭାପତି ଶ୍ରୀ ମୁକୁନ୍ଦ ଦାଶ ଙ୍କୁ ସେବା ସମ୍ମାନ ଓ ରକ୍ତଦାନ ଓ ହସ୍ପିଟାଲରେ ସେବା ପାଇଁ ବରଗଡ଼ ର ଶିବାନନ୍ଦ ମଟାରୀ, ଆନ୍ତର୍ଜାତିକ ଓ ଜାତୀୟ ସ୍ତରରେ କ୍ରିଡ଼ା ପାଇଁ ସୁନାମ ଅର୍ଜନ କରିଥିବା ସନ୍ତୋଷ କୁମାର ପ୍ରଧାନ ଙ୍କୁ ସମ୍ମାନିତ କରିବା ସହିତ ବିଧାୟକ ସମସ୍ତ କାର୍ଯ୍ୟ ପାଇଁ ଉଚ୍ଚ ପ୍ରଶଂସା କରିଥିଲେ ଓ ଖବର କାଗଜ ର ସମ୍ପାଦକ ଶ୍ରୀ ରଘୁନନ୍ଦନ ସିଂ ଜନ କଲ୍ୟାଣ ସେବା ଟ୍ରଷ୍ଟ ପରି ସେବା କରିବା ପାଇଁ ଯୁବପିଢି ମାନଙ୍କୁ ଜଣାଇଥିଲେ ଏହା ସହିତ ଶ୍ରୀ ଶିବାନନ୍ଦ ମଟାରୀ ଓ ଶ୍ରୀ ସନ୍ତୋଷ ପ୍ରଧାନ ଙ୍କୁ ମଧ୍ୟ ପ୍ରଶଂସା କରିଥିଲେ

Leave a Reply

Your email address will not be published. Required fields are marked *

error: Content is protected !!