ବରଗଡ ( ରିପୋର୍ଟ – ମୁକୁନ୍ଦ ଦାସ ): :ଅନୁଗୁଲ ସ୍ଥିତ ଓଡିଶା ବନରାଜିକ ମହା ବିଦ୍ୟାଳୟର ଗ୍ରାଉଣ୍ଡରେ ଦୁଇଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ଫରେଷ୍ଟ ସ୍ପୋର୍ଟସ୍ ମିଟର ଡିସକସ୍-ଥ୍ରୋ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ୍ଣପଦକ ଏବଂ ହାମର୍-ଥ୍ରୋ ପ୍ରତିଯୋଗିତା ରେ ଦ୍ବିତୀୟ ସ୍ଥାନ ଅଧିକାର କରି ରୌପ୍ଯ ପଦକ ହାସଲ କରିଛନ୍ତି ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗାଁର ଦେବତା ପରିବାର ର ବହୂ ତଥା ସାମ୍ବାଦିକ ରିଙ୍କୁ ଦେବତାଙ୍କ ସ୍ତ୍ରୀ ବନରକ୍ଷୀ ଲିଜି ମହାପାତ୍ର। ବର୍ତ୍ତମାନ ଶ୍ରୀମତୀ ମହାପାତ୍ର ପଦ୍ମପୁର ବନାଞ୍ଚଲରେ କାର୍ଯ୍ଯରତ ଅଛନ୍ତି।
ଏହି କ୍ରୀଡା ପ୍ରତିଯୋଗିତାରେ ରାଜ୍ୟର ମୋଟ ୧୨୩ଟି ବନଖଣ୍ଡ ଓ ଜଙ୍ଗଲ ପ୍ରତିଷ୍ଠାନର ୩୭୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗି ମାନଙ୍କ ମଧ୍ୟରେ ୨୬୨ ଜଣ ପୁରୁଷ ଓ ୧୧୫ ଜଣ ମହିଳା ଖେଳାଳି ରହିଥିଲେ। ଖେଳାଳି ମାନଙ୍କ ମଧ୍ୟରେ ଯୋରଦାର ଟକର୍ ହୋଇଥିଲା।ଶ୍ରୀମତୀ ମହାପାତ୍ର ବିଗତ ଦିନରେ ସମ୍ବଲପୁର ର ଭିଏସଏସ ଷ୍ଟାଡିୟମ ରେ ହୋଇଥିବା ଜୋନାଲ ଫରେଷ୍ଟ ସ୍ପୋର୍ଟସ ଡିସକସ୍-ଥ୍ରୋ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଜୋନାଲ ରୁ ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତା କୁ ମନୋନିତ ହୋଇଥିଲେ। ତାଙ୍କ ଏହି କୃତିତ୍ବ ପାଇଁ ବରଗଡ ଡିଏଫଓ ବିକ୍ରମଦେବ ପଟ୍ଟନାୟକଙ୍କ ସହ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।