ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀଶ୍ରୀ ଅଭିମୁକ୍ତେଶ୍ଵରାନନ୍ଦ ସରସ୍ବତୀଙ୍କ କରଞ୍ଜିଆ ଆଗମନ

ମୟୁରଭଞ୍ଜ (ରିପୋର୍ଟ – ଜିତେନ୍ଦ୍ର ରାଜ଼ ): ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀଶ୍ରୀ ଅଭିମୁକ୍ତେଶ୍ଵରାନନ୍ଦ ସରସ୍ବତୀଙ୍କ କରଞ୍ଜିଆ ଆଗମନ ହୋଇଛି।ଶ୍ରୀଜ୍ୟୋତ୍ତୀର ମଠ ଉତ୍ତରାଖଣ୍ଡର ଶଙ୍କରାଚାର୍ଯ୍ୟ ସ୍ୱାମୀଶ୍ରୀ ଅଭିମୁକ୍ତେଶ୍ଵରାନନ୍ଦ ସରସ୍ବତୀ ଗୋ ଧଜ୍ଵ ସ୍ଥାପନ ଭାରତ ଯାତ୍ରାରେ ପବିତ୍ର ରାମ ଜନ୍ମଭୂମୀ ଅଯୋଧ୍ୟା ରୁ ଆରମ୍ଭ କରିଥିବା ଯାତ୍ରା ଆଜି ସନ୍ଧ୍ୟା ରେ କରଞ୍ଜିଆ ରେ ପହଁଚିଛି।କରଞ୍ଜିଆରେ ପହଞ୍ଚିବା ପରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ କରଞ୍ଜିଆ ର ଅଗଣିତ ବ୍ୟକ୍ତି ଗୋଲେଇ ନିକଟରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ପରେ ରାମବାଟିକା ଠାରେ ଶଙ୍କରାଚାର୍ଯ୍ୟ ଙ୍କ ପାଦୁକା ପୂଜା କରାଯାଇଥିଲା।

କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ।କରଞ୍ଜିଆ ପୂର୍ତ୍ତବିଭାଗ ଡ଼ାକବଙ୍ଗଳା ଠାରେ ରାତ୍ରି ବିଶ୍ରାମ ପରେ ସକାଳ ସାତ ଘଟିକା ସମୟରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ କରଞ୍ଜିଆ ଗୋଧାମ ରେ ଗୋପୁଜନ ଓ ଗୋ ସେବା ପରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!