ଓଡ଼ିଆ ସାହିତ୍ୟରେ ପ୍ରଯୁକ୍ତି ବିଜ୍ଞାନର ଅବଦାନ ନେଇ କର୍ମଶାଳା

ପୁରୀ,(ସମୀର ରଞ୍ଜନ ନାୟକ ):.ସୃଜନୀ ବ୍ଲଗିଂ ୱେବସାଇଟ ଆନୁକୁଲ୍ୟରେ ପୁରୀ ସ୍ଥିତ ୟୁଥ୍ ହଷ୍ଟେଲ ସଭା କକ୍ଷରେ ଶନିବାର ସନ୍ଧ୍ୟାରେ ଓଡ଼ିଆ ସାହିତ୍ୟରେ ପ୍ରଯୁକ୍ତି ବିଜ୍ଞାନର ଅବଦାନ ନେଇ କର୍ମଶାଳା ଆୟୋଜିତ ହୋଇଯାଇଛି। “ଓଡ଼ିଶାର ଭାଷା, ସଂସ୍କୃତି ଓ ପରମ୍ପରାରେ ପ୍ରଯୁକ୍ତି ବିଜ୍ଞାନର ଅବଦାନ” ଶୀର୍ଷକ କାର୍ମଶାଳା ଆୟୋଜିତ ହୋଇଥିଲା। ସୃଜନୀ ପ୍ରତିଷ୍ଠାତା ବିଶ୍ୱଜିତ୍ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟଶାଳାରେ ବିଶିଷ୍ଟ ସାହିତ୍ୟିକ ଡଃ କୈଳାସ ଚନ୍ଦ୍ର ଟୀକାୟତରାୟ , ଜାତୀୟ ପୁସ୍ତକ ନ୍ୟାସର ପୂର୍ବତନ ସମ୍ପାଦକ ଡ଼ାଃ ମାନସ ରଞ୍ଜନ ମହାପାତ୍ର, ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କାର୍ଯ୍ୟରତ ତଥା ଜଗନ୍ନାଥ ସଂସ୍କୃତି ପ୍ରବକ୍ତା ଡ଼ାକ୍ତର ଅଂଶୁମାନ କର, ପ୍ରିୟପତ୍ର ପତ୍ରିକାର ସମ୍ପାଦକ ଶ୍ରୀଯୁକ୍ତ ବିପିନ ବିହାରୀ ଦଳାଇ ପ୍ରମୁଖ ଯୋଗଦେଇ ପ୍ରଯୁକ୍ତି ବିଦ୍ୟାର ଆବଶ୍ୟକତା ନେଇ ଆଲୋକପାତ କରିଥିଲେ। ଉକ୍ତ କର୍ମଶାଳାରେ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ଉତ୍ଥାନ ପାଇଁ ପ୍ରଯୁକ୍ତିବିଦ୍ୟା ଓ ଇଣ୍ଟରନେଟ ର ବ୍ୟବହାର ବିଷୟରେ ଅତିଥିଗଣ ଆଲୋକପାତ କରିବା ସହ ପୁରୀର ଅନନ୍ୟ ଶାକ୍ତ ଗୁଣ୍ଡିଚା ଓ ଗୋଷାଣୀ ଯାତ୍ରା ବିଷୟ ରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମକୁ ଯୁବକବି କାମଦେବ ମହାରଣା ସଂଚାଳନ କରିଥିଲା ବେଳେ ସାହିତ୍ୟିକା ଜ୍ୟୋସ୍ନା ରାଣୀ ମହାପାତ୍ର ଓ ଯୁବ ଲେଖକ ସାମ୍ବାଦିକ ଜ୍ଞାନ ରଞ୍ଜନ ବିଶ୍ଵାଳ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!