ଭିଜିଲାନ୍ସ ଜାଲରେ ତେଲ ଜଳସେଚନ ଡିଭିଜନର ନିର୍ବାହୀ ଯନ୍ତ୍ରୀ

ସୁବର୍ଣ୍ଣପୁର (ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ଜିଲ୍ଲା ତେଲ ଜଳସେଚନ ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାଢ଼ୀ ଆଜି ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର କୁମାର ପାଢ଼ୀ ଜଣେ ସ୍ଥାନୀୟ ଠିକାଦାରଙ୍କ ପାଖରୁ ୪୬ ହଜାର ଟଙ୍କା ନେଉଥିବା ବେଳେ ତାଙ୍କ କାର୍ଯ୍ୟାଳୟ ଚେମ୍ବରରେ ମାଡି ବସିଲା ଭିଜିଲାନ୍ସ ଟିମ୍ l ସୂଚନା ଯୋଗ୍ୟ ଯେ ସମ୍ପୃକ୍ତ ଠିକାଦାର ଙ୍କୁ ବିଲ୍ ପାଇଁ ବାରମ୍ବାର ହଇରାଣ କରୁଥିଲେ ଶ୍ରୀ ପାଢ଼ୀ ଫଳରେ ସେ ବାଧ୍ୟ ହୋଇ ସମ୍ବଲପୁର ଭିଜିଲାନ୍ସ ର ସହାୟତା ନେଇଥିଲେ। ଏବଂ ଯୋଜନା ମୁତାବକ ସମ୍ପୃକ୍ତ ଠିକାଦାର ଆଜି ତାଙ୍କ ଅଫିସ୍ ଚ୍ୟାମ୍ବର୍ ଭିତରେ ଶ୍ରୀ ପାଢ଼ୀ ଙ୍କୁ ଟଙ୍କା ଦେଇ ସାରି ବାହାରିବା ପରେ ମାଡି ବସିଥିଲା ଭିଜିଲାନ୍ସ ଟିମ୍। ଏ ନେଇ ସମ୍ବଲପୁର ଭିଜିଲାନ୍ସ ପିଏସ କେସ ନଂ 25 Dt-06/10/24 U/s 7 P.C (Amendment)Act.2018 ଆଧାରରେ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଚାଲିଛି। ଶ୍ରୀ ପାଢ଼ୀ ଙ୍କ ସୋନପୁର ଅଫିସ କାର୍ଯ୍ୟାଳୟ, ବାସଭବନ ସମେତ ପୈତୃକ ବାସ ଭବନ, ଭୁବନେଶ୍ୱର ଓ ପୁରୀ ସ୍ଥିତ ବାସଭବନ ସମେତ ମୋଟ ୬ ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଥିବା ନେଇ ଭିଜିଲାନ୍ସ ବିଭାଗରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

error: Content is protected !!