ନୂଆଦିଲ୍ଲୀ : ଭାରତ ସରକାର ୬ ଜଣ କାନାଡ଼ା କୂଟନୀତିଜ୍ଞଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେକୌଣସି ପରିସ୍ଥିତିରେ, ଅକ୍ଟୋବର ୧୯, ଶନିବାର ଦିନ କିମ୍ବା ତା ‘ପୂର୍ବରୁ ୧୧:୫୯ ଅପରାହ୍ନ ସମୟରେ ଭାରତ ଛାଡ଼ି ଚାଲିଯାଆନ୍ତୁ ବୋଲି ସରକାର କହିଛନ୍ତି। ଏହାର କିଛି ସମୟ ପୂର୍ବରୁ ଭାରତ କାନାଡାରେ ଅବସ୍ଥାପିତ ନିଜର କୂଟନୀତିଜ୍ଞମାନଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲା।
ଆମ କୂଟନୀତିଜ୍ଞମାନଙ୍କ ବିରୋଧରେ କାନାଡା ଦ୍ୱାରା କରାଯାଇଥିବା ଭିତ୍ତିହୀନ ଅଭିଯୋଗକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ମୂର୍ଖତା ସମ୍ପର୍କକୁ ଖରାପ କରିଦେଇଛି।
କାର୍ଯ୍ଯନିର୍ବାହୀ ହାଇ କମିଶନର ଷ୍ଟିୱାର୍ଟ ରସ୍ ହ୍ୱିଲର୍, ପ୍ରଥମ ସଚିବ ମେରି କ୍ୟାଥରିନ୍ ଜଲି, ଲାନ୍ ରସ୍ ଡେଭିଡ୍ ଟ୍ରିଟ୍ସ, ଆଡାମ୍ ଜେମ୍ସ ଚୁଇପ୍କା ଏବଂ ପାଉଲା ଓର୍ଜୁଏଲାଙ୍କୁ ଭାରତ ଦ୍ୱାରା ଦେଶ ଛାଡିବାକୁ କୁହାଯାଇଛି। ଅକ୍ଟୋବର ୧୯ ତାରିଖ ରାତି ସୁଦ୍ଧା ସମସ୍ତଙ୍କୁ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ମଧ୍ଯ କୁହାଯାଉଛି ଯେ କାନାଡା ମଧ୍ଯ ଭାରତର 6 ଜଣ କୂଟନୀତିଜ୍ଞଙ୍କୁ ଫେରିଯିବାକୁ କହିଛି।