୨ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ ,୧୨ ଜୁଆଡି ଗିରଫ

ବୁଗୁଡା (ରିପୋର୍ଟ – ସୋରେନ କୁମାର ପ୍ରଧାନ) : ବୁଗୁଡ଼ା ଥାନା ଅନ୍ତର୍ଗତ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ବିଭିନ୍ନ ସ୍ଥାନରେ ପରମ୍ପରା ନାଁରେ ତାସଖେଳ ଏବଂ ଜୁଆଖେଳର ଆସର ଜମିଥିବା ବେଳେ ପୋଲିସ୍ ପକ୍ଷରୁ ୨ଟି ଜୁଆଆଡ୍ଡା ଉପରେ ଚଢ଼ାଉ କରାଯାଇ ୧୨ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ମୋଟ ୩୬,୮୫୦ ଟଙ୍କା ଜବତ କରାଯାଇଥିବା ଜଣାଯାଇଛି। କୁଆଁନଳା ଗାଁରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ଚଢାଉ କରି ୯ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ୮,୩୪୦ ଟଙ୍କା ଜବତ କରିଛି। ଏ ନେଇ ଥାନାରେ କେସ୍ ନଂ ୪୬୨/୨୪ ରେ ଏକ ମାମଲା ରୁଜୁ ହୋଇଛି। ସେହିପରି ବୁଗୁଡା ସହର ମଧ୍ୟସ୍ଥ ଷ୍ଟାଡିୟମ୍ ନିକଟ ଏକ ଟିଣ ଘରେ ଚାଲିଥିବା ଜୁଆଆଡ୍ଡା ଉପରେ ପୋଲିସ ଚଢାଉ ବେଳେ ଅନେକ ଜୁଆଡି ଖସି ପଳାଇଥିବା ବେଳେ ୩ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ୨୮,୫୧୦ଟଙ୍କା ଜବତ କରିଛି। ଏ ନେଇ କେସ୍ ନଂ ୪୬୪/୨୪ ରେ ଏକ ମାମଲା ରୁଜୁ ହୋଇଛି। ପୋଲିସର ଏତାଦୃଶ ଜୁଆଆଡ୍ଡା ଉପରେ ଚଢାଉ ଯୋଗୁଁ ଜୁଆଡ଼ିଙ୍କ ଛାତିରେ ଛନକା ପଶିଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!