ନୂଆଦିଲ୍ଲୀ: ନ୍ୟାସନାଲ କନଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ଆଜି ସକାଳେ ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଜାମ୍ମୁ-କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ହେବା ପରେ ଓମାର ଅବଦୁଲ୍ଲା ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ।
ଶ୍ରୀନଗରର ଶେର-ଏ-କାଶ୍ମୀର ଅନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ରରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ସାମିଲ ହେବେ, ଯଦିଓ ସେ ସରକାରର ଅଂଶ ହେବେ ନାହିଁ। ଏହାପୂର୍ବରୁ ନ୍ୟାସନାଲ କନଫରେନ୍ସ ଅଧ୍ୟକ୍ଷ ଫାରୁକ୍ ଅବଦୁଲ୍ଲା କଂଗ୍ରେସ ଉପରେ ଏକ ବଡ଼ ଆକ୍ରମଣ କରିଛନ୍ତି।
ହିନ୍ଦୁ ଭୋଟରଙ୍କ ବିଶ୍ୱାସ ଜିତି ପାରୁନି କଂଗ୍ରେସ
ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ନ୍ୟାସନାଲ କନଫରେନ୍ସ ଅଧ୍ୟକ୍ଷ ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ ବିଜେପି ଜାମ୍ମୁରେ ହିନ୍ଦୁମାନଙ୍କୁ ଭୟଭୀତ କରିଛି। ଏଥି ସହିତ, କଂଗ୍ରେସ ସେମାନଙ୍କ ଭୟକୁ ଦୂର କରିପାରିଲା ନାହିଁ। ଯଦି କଂଗ୍ରେସ ହିନ୍ଦୁମାନଙ୍କ ମନରେ ଥିବା ଭୟକୁ ଦୂର କରିଥାଆନ୍ତା, ତେବେ ଆମେ ଜାମ୍ମୁରେ ଆହୁରି ଭଲ କରିପାରିଥାଆନ୍ତେ। ଫାରୁକ୍ ଅବଦୁଲ୍ଲା କଂଗ୍ରେସକୁ ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡର ଲୋକଙ୍କ ସହ ଯୋଡ଼ି ହେବାକୁ ପରାମର୍ଶ ଦେଇଥିଲେ, ନଚେତ୍ କ୍ଷତି ହୋଇପାରେ। ନିର୍ବାଚନକୁ ହାଲୁକା ଭାବେ ନ ନେବାକୁ ସେ ପରାମର୍ଶ ଦେଇଛନ୍ତି।
ଶପଥ ଗ୍ରହଣ ସମାରୋହ ଆଜି
ଓମାର ଅବଦୁଲ୍ଲା ଦ୍ୱିତୀୟ ଥର ପାଇଁ ଜାମ୍ମୁ କାଶ୍ମୀରର ମୁଖ୍ଯମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଧାରା ୩୭୦ ଉଚ୍ଛେଦ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗଠନ ପରେ ଓମାର ଅବଦୁଲ୍ଲା ଜାମ୍ମୁ କାଶ୍ମୀରର ପ୍ରଥମ ମୁଖ୍ଯମନ୍ତ୍ରୀ ହେବେ। ତାଙ୍କ ସହିତ ୪ ଜଣ ମନ୍ତ୍ରୀ ଭାବେ ଶପଥ ନେଇପାରିବେ। ଏହି କାର୍ଯ୍ଯକ୍ରମରେ ୫୦ରୁ ଅଧିକ ଭିଆଇପି ଅତିଥି ଯୋଗ ଦେଇପାରିବେ। କେବଳ ଏନ.ସି. ପାଖରେ ୪୮ ଜଣ ବିଧାଯ଼କଙ୍କ ସମର୍ଥନ ରହିଛି। ଏହା ବ୍ଯତୀତ ୫ ଜଣ ସ୍ୱାଧୀନ ବିଧାୟକ ମଧ୍ଯ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି।