ସର୍ଫରାଜ-ତାଲିମ ଏନକାଉଣ୍ଟରକୁ ନେଇ ବଡ଼ ବୟାନ ଦେଲେ ରାମ ଗୋପାଳଙ୍କ ବାପା

ଲକ୍ଷ୍ନୌ :ଯ଼ୁପିର ବହରାଇଚରେ ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ରାମ ଗୋପାଳ ମିଶ୍ରଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୁକ୍ତ ସରଫରାଜ ଖାନ ଏବଂ ତାଲିମ ପୋଲିସ ଏନକାଉଣ୍ଟରରେ ଆହତ ହୋଇଛନ୍ତି। କୁହାଯାଉଛି ଯେ ନେପାଳ ସୀମାରେ ଏକ ଏନକାଉଣ୍ଟରରେ ପୋଲିସ ଉଭୟଙ୍କୁ ଗୁଳି କରିଛି।ବର୍ତ୍ତମାନ ଉଭୟଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।

ରାମଗୋପାଳଙ୍କ ବାପା ଖୁସି ବ୍ଯକ୍ତ କରିଛନ୍ତି।

ଏଥି ସହିତ ରାମଗୋପାଳଙ୍କ ପିତା ସରଫରାଜ ଏବଂ ତାଲିମଙ୍କ ଏନକାଉଣ୍ଟରକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟରେ ଆମେ ସନ୍ତୁଷ୍ଟ। ଆମେ ତାଙ୍କୁ ଧନ୍ୟବାଦ ଜଣାଉଛୁ। ମୁଁ ସାରା ଜୀବନ ଯୋଗୀଜୀଙ୍କ ନିକଟରେ କୃତଜ୍ଞ ରହିବି।

ଉଭୟ ଅଭିଯୁକ୍ତ ଏବେ ବିପଦମୁକ୍ତ ଅଛନ୍ତି।

ଏନକାଉଣ୍ଟର ପରେ ଦୁଇ ଅଭିଯୁକ୍ତଙ୍କୁ ନାନପାରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେଠାକାର ଡାକ୍ତର ଅଭିଯୁକ୍ତର ଅବସ୍ଥା ବୁଝାଇଛନ୍ତି। ଡାକ୍ତର କହିଲେ, ଉଭୟଙ୍କ ଗୋଡରେ ଗୁଳି ବାଜିଛି। ଏହି ସମୟରେ ଉଭୟ ଭଲ ସ୍ଥିତିରେ ଅଛନ୍ତି। ତେବେ ଗୁଳିଟି ଏବେବି ତାଙ୍କ ଗୋଡ଼ରେ ରହିଛି। ଉଭୟ ଅଭିଯୁକ୍ତଙ୍କୁ ଏଠାରୁ ବହରାଇଚ୍ ମେଡ଼ିକାଲ କଲେଜକୁ ପଠାଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!