ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ): ଓ ପି ଏସ ଇ ଦ୍ଵାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତିତ୍ବ ହାସଲ କରିଥିବା ସୁବର୍ଣ୍ଣପୁର ଜିଲ୍ଲା ର ଜ୍ୟୋତି ରଂଜନ ଭୋଇଙ୍କୁ ଆଜି ସାନ ଝିଂକି ବାସ ଭବନରେ ପରିବାର, ଆତ୍ମୀୟ ସ୍ଵଜନ ଓ ଗ୍ରାମ ବାସୀ ଙ୍କ ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ସୋନପୁର ବ୍ଲକ୍ ରେ କିରାଣୀ ଭାବେ କାର୍ଯ୍ୟରତ ଥିବା ବାପା ଦୈତ୍ୟ ଦେବ ଭୋଇ ଓ ମାତା ଜୟଶ୍ରୀ ଭୋଇ ଙ୍କ ସୁପୁତ୍ର ଅଟନ୍ତି ଶ୍ରୀମାନ ଜ୍ୟୋତି l ପ୍ରଥମେ ସୁବର୍ଣ୍ଣପୁର ର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ଵରୀ ଓ ଅଜା ସମେତ ବାପା ମା ଙ୍କୁ ଏ ସଫଳତା ର ଶ୍ରେୟ ଦେବି ବୋଲି ଆଜି ସାମ୍ୱାଦିକଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ଜ୍ୟୋତି l
ପ୍ରଥମ ଥର ଓ ଏ ଏସ ପରୀକ୍ଷା ରେ ୩୭୨ ନମ୍ୱର୍ ସ୍ଥାନରେ ଓ ଜନ ସୂଚିତ ଜାତି ଭାବେ ୪ ନମ୍ୱର୍ ସ୍ଥାନରେ ସଫଳ ହୋଇ ଥିବା ଜ୍ୟୋତି ପ୍ରଥମେ ବୃଦ୍ଧ ବୃଦ୍ଧା, ତଳ ସ୍ତର ର ସଧାରଣ ଜନତା ଙ୍କୁ ଉତ୍ତମ ସେବା ଦେବାକୁ ଓ ବିଶେଷ କରି ଶିକ୍ଷା କ୍ଷେତ୍ର ରେ ସଂସ୍କାର ଆଣିବାକୁ ଲକ୍ଷ୍ୟ ରଖିଛି ବୋଲି କହି ଭାବ ପ୍ରବଣ ହୋଇ ଯାଇ ଥିଲେ l ପୁଅ ଆଗକୁ ଜଣେ ଆଇ ଏଫ୍ ଏସ ଅଫିସର ହୋଇ ଜଙ୍ଗଲ ପରିବେଶ ସୁରକ୍ଷା ର ଗୁରୁ ଦାୟିତ୍ୱ ବହନ କରିବାକୁ ଶୁଭ କାମନା ଜଣାଇଛନ୍ତି ବାପା ଦୈତ୍ୟ ଦେବ l
ସେହି ପରି ୩୩ତମ ସ୍ଥାନ ହାସଲ କରି ସୁବର୍ଣ୍ଣପୁରର ସୁରଥ ମିଶ୍ର ଓ ବେବି ଙ୍କ ସୁ ପୁତ୍ର ସମୁଦ୍ର ମିଶ୍ର ମଧ୍ୟ ମୂଳ ସ୍ଥାନ ବୌଦ୍ଧ ଜିଲ୍ଲା ଓ ବର୍ତ୍ତମାନ ବାସ କରୁଥିବା ସୁବର୍ଣ୍ଣପୁର ଜିଲ୍ଲାର ଗୌରବ ବଢାଇଛନ୍ତି l ମୋର ପ୍ରଥମ ଚେଷ୍ଟା ରେ ଏ ସଫଳତା ହାସଲ କରିଥିବା ଓ ଏହାର ଶ୍ରେୟ ମୋ ବାପା ମାଆ କାକା ଖୁଡି ସାଙ୍ଗ ସାଥି ଓ ସିନିଅର ଙ୍କୁ ଦେବି ବୋଲି ସମୁଦ୍ର ମିଡ଼ିଆକୁ କହିଥିଲେ l
ସୋନପୁର ସେଣ୍ଟ ଆନି ସ୍କୁଲ୍ ରେ ମେଟ୍ରିକ୍ ରେ ଟପ୍ପର ହୋଇ ଥିବା ସମୁଦ୍ର ଯେଉଁଠି ଦାୟିତ୍ୱ ମିଳିବ ମୁଁ ଭଲ ରେ ଓ ଉତ୍ସର୍ଗୀ କୃତ ସର୍ଭିସ୍ ଦେବି ବୋଲି କହିଥିଲେ lଏ ଫଳାଫଳ ଓ ଭବିଷ୍ୟତ ଉଜ୍ବଳ ଥିବା କଥା ପୁଅ ଉପରେ ଆମ ସମ୍ପୂର୍ଣ୍ଣ ବିଶ୍ୱାସ ଥିଲା ଓ ଆହୁରି ରହିବ ବୋଲି ପ୍ରେରଣା ଦାୟୀ ସମୁଦ୍ର ଙ୍କ ଖୁଡି ପ୍ରଭାସିନୀ କହିଥିଲେ l ଓ ଏ ଏସ ପାଇବା ଖବର ପରେ ଶ୍ରୀମାନ ମିଶ୍ର ଓ ଶ୍ରୀମାନ ଭୋଇ ଙ୍କୁ ଜିଲ୍ଲା ତଥା ରାଜ୍ୟ ର ସମଗ୍ର ଅଞ୍ଚଳ ରୁ ଶୁଭେଚ୍ଛା ର ସୁଅ ଛୁଟୁଥିବା ଜଣା ଯାଇଛି l