ବାତ୍ୟା ଆଶ୍ରୟ ସ୍ଥଳୀ ପରିଦର୍ଶନ କରି ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ଇଂ ଗଣେଶ ରାମସିଂ ଖୁଣ୍ଟିଆ

ମୟୁରଭଞ୍ଜ(ରିପୋର୍ଟଜିତେନ୍ଦ୍ର ରାଜ଼): ସମ୍ଭାବ୍ୟ ବାତ୍ୟା “ଦାନା” ର ସଫଳ ମୁକାବିଲା ପାଇଁ ରାଜ୍ୟ ଯାକ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ମୟୁରଭଞ୍ଜଜିଲ୍ଲା ରେ ମଧ୍ୟ ବିଭିନ୍ନ ବ୍ଲକ ମାନଙ୍କ ରେ କଚ୍ଚା ଘର ମାନଙ୍କରେ ରହୁଥିବା ଲୋକଙ୍କ ନିମନ୍ତେ ପ୍ରସ୍ତୁତ ହୋଇଥିବା ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀକୁ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି।

ଆଜି ଯଶିପୁର ବିଧାୟକ ତଥା ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଇଂଜିନିୟର ଗଣେଶ ରାମ ସିଂ ଖୁଣ୍ଟିଆ ଯଶିପୁର ବ୍ଲକର ଯଶିପୁର, ମହାର୍ଦ୍ଧାପଳସା, ଚାକିଡ଼ି, ବାଉଁସୁଳି, ରରୁଆଁ ବ୍ଲକର ଭଂଜକିଆ, ଟାକୁଡିପାଳ, ରରୁଆଁ ପଞ୍ଚାୟତର ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳୀ ପରିଦର୍ଶନ କରି ଲୋକଙ୍କ ସହିତ ଆଲୋଚନା କରିବା ସହିତ ଲୋକଙ୍କ ନିମନ୍ତେ ହୋଇଥିବା ବ୍ୟବସ୍ଥାର ତଦାରଖ କରିଥିଲେ ଏବଂ ଆଶ୍ରୟ ସ୍ଥଳୀରେ ଲୋକଙ୍କୁ ବିସ୍କୁଟ, ଚୁଡା ଏବଂ ଶୁଖିଲା ଖାଦ୍ୟ ବଣ୍ଟନ କରି ଥିଲେ। ଲୋକଙ୍କୁ ପ୍ରଶାସନ ସହିତ ସହଯୋଗ କରି ବାତ୍ୟା ପରିସ୍ଥିତି ମୁକାବିଲା ରେ ସହଯୋଗ କରିବାକୁ ନିବେଦନ କରିଛନ୍ତି

Leave a Reply

Your email address will not be published. Required fields are marked *

error: Content is protected !!