ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଡ଼ଃ ବି.କେ କର ଙ୍କୁ ସମ୍ବର୍ଦ୍ଧନା

ଗଞ୍ଜାମ (ରିପୋର୍ଟ – ସୋରେନ କୁମାର ପ୍ରଧାନ) : ବୁଗୁଡା ପିପୁଲସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଅଧ୍ୟାପକ ଡକ୍ଟର ବିନୋଦ କୁମାର କରଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। କଲେଜର ରାଜନୀତି ବିଜ୍ଞାନ ଅଧ୍ୟାପକ ଡକ୍ଟର ବିନୋଦ କୁମାର କର ଚଳିତ ବର୍ଷ ନିଜର ଉତ୍ତମ ଗବେଷଣା ପାଇଁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ଡକ୍ଟରେଟ (ପିଏଚଡ଼ି) ଉପାଧ୍ ପ୍ରଦାନ କରାଯାଇଥିଲା। ଏହି ସମ୍ମାନଜନକ ଉପାଧ୍ ପାଇଁ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଭାବେ ଡକ୍ଟର ଶ୍ରୀ କରଙ୍କୁ ଅକ୍ଟୋବର ୨୩ ତାରିଖ ଦିନ ସମ୍ବଦ୍ଧିତ କରାଯାଇଥିଲା। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଅଧ୍ଯକ୍ଷତା କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍‌ ଭାବେ କଲେଜ ପରିଚାଳନା ପରିଷଦ ସଭାପତି ରଜନୀକାନ୍ତ ଭଟ୍ଟ ଓ ସମ୍ମାନିତ ଅତିଥ୍‌ ଭାବେ ଉଭିଦ ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ଡକ୍ଟର ଜୟରାମ ବିଷୋୟୀ ଓ ଇତିହାସ ବିଭାଗର ମୁଖ୍ୟ ଅଧ୍ୟାପକ ଡକ୍ଟର ପ୍ରଦୀପ କୁମାର ଦାଶ ଯୋଗଦେଇଥିଲେ। ଅତିଥ୍ୟ ବୃନ୍ଦ ଏହି ସମ୍ମାନ ଅଧ୍ୟାପକ ଡକ୍ଟର ଶ୍ରୀ କରଙ୍କ କଠିନ ପରିଶ୍ରମ ଓ ଧାରାବାହିକ ସାଧନାର ଫଳ ବୋଲି ପ୍ରକାଶ କରିବା ସହ ଶ୍ରୀ କରଙ୍କ ଉତ୍ତୋରତର ଉନ୍ନତି କାମନା କରିଥିଲେ।

ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ ଏବଂ ଅଧ୍ୟାପକ ଲୋକନାଥ ବେହେରା ଓ ପବିତ୍ର ଖଣ୍ଡୁଆଳ ବିଭାଗ ପକ୍ଷରୁ ଡକ୍ଟର କରଙ୍କୁ ସମ୍ବଦ୍ଧିତ କରିବା ସହ ତାଙ୍କର ଗବେଷଣା ଲବବ୍ଧ ଜ୍ଞାନ ଛାତ୍ରଛାତ୍ରୀଙ୍କ ଉନ୍ନତିରେ ସହାୟକ ହେବ ବୋଲି ମତ ପ୍ରକାଶ କରିଥିଲେ। ଅଧ୍ୟାପକ ଶ୍ରୀ କର ନିଜର ଗବେଷଣା ବିଷୟରେ ଛାତ୍ର ଛାତ୍ରୀଙ୍କ ସହ ଭାବର ଆଦାନ ପ୍ରଦାନ କରିବା ସହ ଉତ୍ତମ ଭାବରେ ଅଧ୍ୟୟନ କରି କଲେଜର ସୁନାମ ରଖିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ଓ ଚଳିତ ବର୍ଷ ର ଛାତ୍ରଛାତ୍ରୀ ଯୋଗ ଦେଇ ନିଜର ଅଧ୍ୟାପକଙ୍କୁ ସମ୍ମାନ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!