ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢୀ ଠାରେ ୪୨ ତମ ଗଜଲକ୍ଷ୍ମୀ ପୂଜା ଅବସରରେ ଆୟୋଜିତ ହୋଇଥିବା ନବାହ ପାରାୟଣ ଶୁକ୍ରବାର ଉଦଯାପିତ ହୋଇଯାଇଛି। ଏଥିରେ ପୂଜକ ପ୍ରଦିପ କୁମାର ରଥ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ସନ୍ତୋଷ ସମର୍ଥ ଓ ଧର୍ମପତ୍ନୀ ବାସନ୍ତି ସମର୍ଥ କର୍ତ୍ତା ଦାଇତ୍ୱ ନିର୍ବାହ କରିଥିଲେ। ଦୀର୍ଘ ନଅ ଧରି ବ୍ୟାସ ପଣ୍ଡିତ ଅଜିତ କୁମାର ଦାସଙ୍କ ପୁରାଣ ପଠନର ସମାପ୍ତ କରିଥିଲେ। ପ୍ରତ୍ୟେକ ଦିନ ଶତାଧିକ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ଉପସ୍ଥିତ ରହି ରାମ ଚରିତ ମାନସ ଶ୍ରବଣ କରୁଥିଲେ। ସମସ୍ତେ ଶାନ୍ତି ଶୃଙ୍ଖଳା ସହ ଅନ୍ନ ପ୍ରସାଦ ସେବନ କରିଥିଲା । ପୂଜା କମିଟିପୂଜା କମିଟିର ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ, ଉପଦେଷ୍ଟା ରାଜଗୋପଲ ପାଣିଗ୍ରାହୀ, କୁଶ କୁମାର ସାହୁ, ପ୍ରମାନନ୍ଦ ଜଟି, ସମ୍ପାଦକ ତ୍ରୟଞ୍ଜିବୀ ମିଶ୍ର, କୋଷାଧ୍ୟକ୍ଷ ସତ୍ୟମୋହନ ବେଦପାଣି ,ସହ ସମ୍ପାଦକ ବିଦ୍ୟାଧର ଖୁର୍ଡିଆ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ।