ପୂର୍ବତନ କାଉନସିଲରଙ୍କ ବିୟୋଗ

ବୁଗୁଡ଼ା (ରିପୋର୍ଟ – ସୋରେନ କୁମାର ପ୍ରଧାନ):ବୁଗୁଡ଼ା ଏନ୍ଏସିର ପୂର୍ବତନ କାଉନସିଲର ରଜନୀ କୁମାରୀ ଦାଶଙ୍କ ବୁଗୁଡ଼ା ନବ ଗୁଞ୍ଜର ସ୍ଥିତ ବାସ ଭବନରେ ଶନିବାର ରାତି ସାଢ଼େ ଦଶଟା ସମୟରେ ପରଲୋକ ଘଟିଛି।ତାଙ୍କର ଜ୍ୟେଷ୍ଠ ପୁତ୍ର ଅମୂଲ୍ୟ କୁମାର ଦାଶଙ୍କ ଗତବର୍ଷ ପରଲୋକ ଘଟିଥିବା ବେଳେ ମୃତ୍ୟୁ ଶଯ୍ୟା ନିକଟରେ ୨ପୁଅ ଅଶୋକ (ବୁନା),କୁନାଙ୍କ ସମେତ ୩ବୋହୂ,ଝିଅ ଓ ନାତି, ନାତୁଣୀ ଏବଂ ଆତ୍ମୀୟ ସ୍ଵଜନ ଉପସ୍ଥିତ ଥିଲେ। ତାଙ୍କ ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଶେଷ କୃତ୍ବ ସମ୍ପର୍ଣ୍ଣ କରାଯାଇଛି।ସେ ଜଣେ ମିଷ୍ଠ ଭାଷୀ ଓ ଧର୍ମ ପରାୟଣର ମହିଳା ଥିଲେ। ତାଙ୍କ ମୃତ୍ୟୁ ଖବର ପାଇବା ପରେ ବହୁ ମାନ୍ୟଗଣ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ। ତାଙ୍କ ମୃତ୍ୟୁ ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!