ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ) : ଓଡ଼ିଆ ଚଳଣି ଓ ପରମ୍ପରା ନିଆରା। ସବୁ ପର୍ବପର୍ବାଣି, ପୂଜାର୍ଚ୍ଚନା ଓ ଯାନିଯାତ୍ରା ସମୟରେ ମାଟିତିଆରି ସାମଗ୍ରୀ ଖୋଜାପଡ଼େ। କୌଣସି ଶୁଭକାମ କରିବା ସମୟରେ ପ୍ରଥମେ ମାଟିପାତ୍ର ଆବଶ୍ୟକ ହୋଇଥାଏ। ମାଟିପାତ୍ର ଲାଗି ସବୁଠୁ ବଡ଼ କଞ୍ଚାମାଲ ହେଉଛି ମାଟି। ଯେକୌଣସି ମାଟିରେ ପାତ୍ର ଗଢ଼ାହୋଇ ପାରିବନି। ଏଥିଲାଗି ଲୋଡ଼ା କନ୍ଧାଳ ମାଟି। ସବୁ ସ୍ଥାନରେ ଏଭଳି ମାଟି ମିଳିବା ସମ୍ଭବ ହେଉନାହିଁ। ଭଲ କନ୍ଧାଳ ବା କୁମ୍ଭାର ମାଟି ଯୋଗାଡ଼ କରିବାକୁ କୁମ୍ଭକାରଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ସାମ୍ପ୍ରତିକ ସମୟରେ କମ୍ ବ୍ୟକ୍ତି ଏହି କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି।ଦିନ ଥିଲା ମାଟି ସାମଗ୍ରୀ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରୁଥିଲେ କୁମ୍ଭାର ସମ୍ପ୍ରଦାୟର ଲୋକେ।କିନ୍ତୁ ସଂପ୍ରତି ପ୍ଲାଷ୍ଟିକ, ଷ୍ଟିଲ, ଭଳି ଘରୋଇ ଉପକରଣ ମିଳିବା ପରେ ମାଟି ସାମଗ୍ରୀର ଚାହିଦା ଆଶାତୀତ ଭାବେ କମି ଯାଇଛି।
କେବଳ ପୂଜାପାର୍ବଣ, ଯାନିଯାତ୍ରା, ବିବାହ ଓ ବ୍ରତରେ ଖୋଜା ପଡ଼ିଥାଏ ମାଟି ତିଆରି ଦୀପ, ହାଣ୍ଡି ଇତ୍ୟାଦି। ତେଣୁ ଏହି କୌଳିକ ବୃତ୍ତି ଆପଣାଇ ପରିବାର ଚଳାଇବା କୁମ୍ଭାର ପରିବାର ପାଇଁ କାଠିକର ପାଠ ହୋଇପଡିଛି। ପୂର୍ବ ଭଳି ମାଟି ସାମଗ୍ରୀର ଚାହିଦା ନଥିବାରୁ କିଛି ଲୋକ ନିଜ କୌଳିକ ବୃତ୍ତି ଛାଡ଼ି ଅନ୍ୟ କାମଧନ୍ଦା କରୁଛନ୍ତି। ବର୍ତ୍ତମାନ ଅଳ୍ପ କିଛି ପରିବାର ମାଟି ସାମଗ୍ରୀ ତିଆରି କରି ନିଜ କୌଳିକ ବୃତ୍ତିକୁ ଆପଣାଇ ପରିବାର ଚଳାଉଛନ୍ତି। କିନ୍ତୁ ମାଟି ସାମଗ୍ରୀ ବିକ୍ରି କରି ପରିବାର ଚଳାଇବାରେ ସମସ୍ୟା ଦେଖିବା କୁ ମିଳୁଛି lବିଭିନ୍ନ ଗ୍ରାମରେ ଶହେରୁ ଊର୍ଦ୍ଧ୍ବ କୁମ୍ଭାର ସଂପ୍ରଦାୟର ପରିବାର ମାଟି ସାମଗ୍ରୀ ତିଆରି କରି କରିବା ପରେ ବଜାରରେ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରୁଥିଲେ। କିନ୍ତୁ ଯୁଗ ପରିବର୍ତ୍ତନ ସହିତ ଷ୍ଟିଲ, ପ୍ଲାଷ୍ଟିକ, ଫାଇବର ଭଳି ଘରୋଇ ସାମଗ୍ରୀର ଚାହିଦା ବୃଦ୍ଧି ପାଇବାରୁ ମାଟି ସାମଗ୍ରୀ ପ୍ରତି ଆଉ ଲୋକ ମନ ବଳାଇଲେଣି।
ଏଥିଯୋଗୁଁ ମାଟି ସାମଗ୍ରୀର ଚାହିଦା ଆଶାତୀତ ଭାବେ କମି ଯାଇଛି। କୁମ୍ଭାର ପରିବାର ନିଜ କୌଳିକ ବୃତ୍ତି ଛାଡି ଅନ୍ୟ କାମଧନ୍ଦା କରି ପରିବାର ଚଳାଉଛନ୍ତି।ପୂର୍ବ ଭଳି ଦୀପାବଳିରେ ଅଧିକାଂଶ ଲୋକ ମାଟି ଦୀପ ନଜଳାଇ କ୍ୟାଣ୍ଡେଲ ଓ ପାଣିରେ ଜଳୁଥିବା ଦୀପ ଜଳାଉଥିବାରୁ ଅଧିକ ଦୀପ ବିକ୍ରି ହେଉନଥିବା କୁମ୍ଭାର ସଂପ୍ରୟାଦର ପରିବାର ସଦସ୍ୟ ମାନେ କହିଛନ୍ତି। ଯଦି ପ୍ରଶାସନ ପକ୍ଷରୁ ମାଟି ସାମଗ୍ରୀ ବିକ୍ରୟ ପାଇଁ ବଜାର ବ୍ୟବସ୍ଥା କରାଯିବା ସହ କୁମ୍ଭାର ପରିବାରଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯାଏ ତେବେ ଏହି କୌଳିକ ବୃତ୍ତି ବଞ୍ଚି ରହିବ ଓ ଦୀପାବଳି ଦିନ ସମସ୍ତେ ଘରେ ଘରେ ମାଟି ଦୀପ ପ୍ରଜ୍ଵଳନ କରିବା ପାଇଁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।