ତାଲିମ ଓ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ

ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ): ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଏକ ଦିବସୀୟ ତାଲିମ ଓ ଦକ୍ଷତା ବୃଦ୍ଧି କର୍ମଶାଳା ଉଦଘାଟିତ ହୋଇଯାଇଛି l ଉଦଘାଟନୀ ଉତ୍ସବରେ ସୋନପୁର ବିଡ଼ିଓ ସୌମ୍ୟ ରଂଜନ ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କର୍ମଶାଳା ର ଶୁଭାରମ୍ଭ କରିଥିଲେ l ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥାକୁ ନେଇ ଅନୁଷ୍ଟିତ ଏହି ଏକ ଦିବସୀୟ କାର୍ଯ୍ୟକର୍ମର ପ୍ରଥମ ଦିବସରେ ବ୍ଲକର ବଲାଡି, ଖରୀ, ଛକରମାଲ ଏବଂ ନାରାୟଣପୁର ଗ୍ରାମ ପଞ୍ଚାୟତର ସରପଞ୍ଚ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ସିଆରପି,ଏମବିକେ ଏବଂ ଭିଡବ୍ଲୁଏସଏସ ସଦସ୍ୟ ମିଶି ମୋଟ ୪୯ ଜଣ ଯୋଗଦେଇଥିଲେ l

କାର୍ଯ୍ୟକ୍ରମକୁ ଏପିଡି ତାଲିମ ଶୈବାଳିନୀ ପଟ୍ଟନାୟକ ପରିଚାଳନା କରିଥିବାବେଳେ ଜିଲ୍ଲା ପ୍ରକଳ୍ପ ପରିଚାଳକ( DPMRGSA) ଜିଲ୍ଲା ପରିଷଦ ଯୋଗାନନ୍ଦ ମେହେର, ଜଳ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ବିକାଶ ତରାଇ, କନିଷ୍ଟ ଯନ୍ତ୍ରୀ ଦିଲ୍ଲୀପ ବେହେରା, ଡ଼ିଏସସି ବଂଶୀଧର ନାଏକ ଏବଂ ତାଲିମ ଦାତା ଶେଷଦେବ ବାରିକ ପ୍ରମୁଖ ଯୋଗଦେଇଥିଲେ l ଏହି ତାଲିମ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ହେବାକୁଥିବାବେଳେ ଏହି ଦୁଇ ଦିନରେ ବ୍ଲକର ଅନ୍ୟ ବାକି ରହିଥିବା ପଞ୍ଚାୟତର କର୍ମକର୍ତ୍ତା ତାଲିମ ଗ୍ରହଣ କରିବେ l

Leave a Reply

Your email address will not be published. Required fields are marked *

error: Content is protected !!