ଖଲ୍ଲିକୋଟ (ରିପୋର୍ଟ – ଅଶ୍ଵିନୀ କୁମାର ମହାନ୍ତି ): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କମଳା ପଦର ଗ୍ରାମରେ ଗତକାଲି ଘଟିଥିବା ଭୟାଭୟ ଅଗ୍ନି କାଣ୍ଡରେ ବିପନ୍ନ ପରିବାରକୁ ସହଯୋଗର ହାତ ବଢାଇଲେ କାହ୍ନl ଚାରିଟେବୁଲ ଟ୍ରଷ୍ଟ।ଆଜି ବ୍ରହ୍ମପୁରର କାହ୍ନl ଚାରିଟେବୁଲ ଟ୍ରଷ୍ଟ ନାମକ ଏକ ସ୍ବେଛାସେବୀ ଅନୁଷ୍ଠାନ ଖଲ୍ଲିକୋଟ ଆସି କମଳାପଦର ଭୟାଭୟ ଅଗ୍ନିକାଣ୍ଡରେ ବିପର୍ଯ୍ୟସ୍ତ ହୋଇଥିବା ପରିବାରକୁ ମିଶି ଅତ୍ୟାବଶ୍ୟକୀୟ ସାମଗ୍ରୀ ସହିତ ଆର୍ଥିକ ସହାୟତା କରିଥିଲେ।
ଟ୍ରଷ୍ଟର ପ୍ରେସିଡେଣ୍ଟ ଶ୍ରୀମତୀ ରଞ୍ଜନା ମିଶ୍ର ତାଙ୍କ ଟ୍ରଷ୍ଟ ର କର୍ମକର୍ତ୍ତା ଓ ସଦସ୍ୟଙ୍କ ସହିତ ସେହି ଅଗ୍ନିକାଣ୍ଡରେ ପ୍ରଭାବିତ ପରିବାରକୁ ମିଶି ଘଟଣା ସମ୍ପର୍କରେ ପଚାରି ବୁଝିବା ସହିତ ପାରିବାର ଲୋକଙ୍କୁ ଆଶ୍ଵାସନା ଓ ଧର୍ଯ୍ୟ ଧରି ପରିସ୍ଥିତିକୁ ସାମ୍ନା କରିବା ପାଇଁ କହିଥିଲେ ଓ ନିତ୍ଯ ବ୍ୟବହାର୍ଯ୍ୟ ସାମଗ୍ରୀ ଯଥା ଚାଉଳ, ଡାଲି, ସାବୁନ, ବ୍ରେଡ, ଚୁଡ଼ା, ମୁଡ଼ି, ବେଡସିଟ, ପଟି ଓ ବସ୍ତ୍ର ପ୍ରଦାନ କରିଥିଲେ।
ଅଗ୍ନିକାଣ୍ଡରେ ବିପର୍ଯ୍ୟସ୍ତ ହୋଇଥିବା ପରିବାରକୁ ସରକାରୀ ସହାୟତା ମିଳିବା ପୂର୍ବରୁ ଏକ ଘରୋଇ ସଂଗଠନ ଅଗ୍ନି ବିପନ୍ନ ପରିବାରକୁ ସହୋଯୋଗ ର ହାତ ବଢାଇବା ବାସ୍ତବରେ ପ୍ରସଂଶନୀୟ।