ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ): ପ୍ରାକୃତିକ ବିପର୍ଯ୍ୟୟକୁ ବନ୍ଦ କରାଯାଇ ପାରିବ ନାହିଁ। କିନ୍ତୁ ସଚେତନ ଓ ସତର୍କ ହେଲେ ବିପର୍ଯ୍ୟୟର ପ୍ରଭାବ ଓ କ୍ଷୟକ୍ଷତିକୁ ରୋକାଯାଇ ପାରିବ ବୋଲି କହିଛନ୍ତି ଅତିଥି ମାନେ।ଆଜି ପୂର୍ବାହ୍ନରେ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପକ୍ଷରୁ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳିତ ହୋଇଥିଲା।ଏଥିରେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ପୁରୀ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଜିଲ୍ଲା ଭାବେ ପରିଚିତ। ତେଣୁ ପ୍ରତି ମୁହୂର୍ତ୍ତରେ ଆମେ ବିବିଧ ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ରହିବାକୁ ସେ ପରାମର୍ଶ ଦେଇଥିଲେ।
ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ପୁରୀ ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଅତିରିକ୍ତ ଏସ ପି ସୁଶୀଲ କୁମାର ମିଶ୍ର,ଅତିରିକ୍ତ ଉପ ଜିଲ୍ଲାପାଳ ନୀଳମାଧବ ମାଝୀ, ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢ଼ୀ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ପ୍ରମୁଖ ନିଜ ଅଭିଜ୍ଞତା ଓ ଅନୁଭବ ରୁ ବିପର୍ଯ୍ୟୟ ର କାରଣ, ନିରାକରଣ, ଉଦ୍ଧାର, ଥଇଥାନ, ସତର୍କତା, ସଚେତନତା ଓ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ। ଛାତ୍ରୀ ମୋନାଲିସା ରାଉତ, ସୁଶ୍ରୀ ପ୍ରିୟଦର୍ଶିନୀ ରାଉତ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଜିଲ୍ଲା ଜରୁରୀ ବିଭାଗ ଅଧିକାରୀ ମନୀଷା ଷଡ଼ଙ୍ଗୀ କାର୍ଯ୍ୟକ୍ରମ ରେ ସଂଯୋଜନା କରିବା ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ। ପରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।
ଶେଷରେ ସହକାରୀ ଜିଲ୍ଲାପାଳ ପଞ୍ଚାନନ ପରିଜା ଧନ୍ୟବାଦ ଅର୍ପଣ କରିଥିଲେ। ପୂର୍ବାହ୍ନରେ ସିଂହଦ୍ୱାର ଠାରୁ ଗାନ୍ଧୀ ଘାଟ ପର୍ଯ୍ୟନ୍ତ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ଏହାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ଶୁଭାରମ୍ଭ କରିଥିଲେ।ସିଂହ ଦ୍ବାର ନିକଟରେ ଥିବା ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ଓ ଗାନ୍ଧୀ ଘାଟଠାରେ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ଅତିଥି ମାନେ ମାଲ୍ୟାର୍ପଣ କରିଥିଲେ। ସେହିପରି ଆପଦ ମିତ୍ର ସ୍ବେଚ୍ଛାସେବୀ ମାନେ ପିଲା ମାନଙ୍କୁ ଉଦ୍ଧାର ଓ ସାହାଯ୍ୟ ଏବଂ ସିପିଆର ତାଲିମ ଦେଇଥିଲେ। ସ୍ବେଛାସେବୀ ସଂଗଠନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ରେ ଡେପୁଟି କଲେକ୍ଟର ସହଦେବ ସାହୁ, ବିବେକାନନ୍ଦ ସାହୁ, ସହକାରୀ ଜିଲ୍ଲାପାଳ ତନ୍ମୟ ଦାସ, ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ପ୍ରକଳ୍ପ ଅଧିକାରୀ ସୁକାନ୍ତ କୁମାର ଦାଶ,ଜରୁରୀ ବିଭାଗ କର୍ମଚାରୀ ରୂପଶ୍ରୀ ପଣ୍ଡା, ଲକି ମହାରଣା, ମମତା ବାରିକ, ରମେଶ ଚନ୍ଦ୍ର ବେହେରା, ରାମକୃଷ୍ଣ ବଡଜେନା, ଆଦିତ୍ୟ କୁମାର ବରାଳ,ସଞ୍ଜୟ ମହାପାତ୍ର, ରଞ୍ଜନ ବେହେରା, ପ୍ରଭାକର ବେହେରା, ଶ୍ରଦ୍ଧା ସୁମନ ମହାପାତ୍ର,ବିଶ୍ୱ ଭୂଷଣ ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।