ସୁବର୍ଣ୍ଣପୁର ଜିଲ୍ଲା ଘରୋଇ ବସ ମାଲିକ ସଂଘର ନୂତନ କର୍ମକର୍ତ୍ତା ଚୟନ

ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ): ସୁବର୍ଣ୍ଣପୁର ଜିଲ୍ଲା ଘରୋଇ ବସ୍ ମାଲିକ ସଂଘ ର ନୂତନ କର୍ମକର୍ତ୍ତା ଚୟନ ସ୍ଥାନୀୟ ହୋଟେଲ ମୁନ ଠାରେ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ହୋଇ ଯାଇଛି । ସର୍ବ ସମ୍ମତ୍ତି କ୍ରମେ ଶ୍ରୀଯୁକ୍ତ ଦୀପକ କୁମାର ମହାପାତ୍ର ଙ୍କୁ ସଭାପତି, ଶ୍ରୀଯୁକ୍ତ ଦେବ ରଞ୍ଜନ ତ୍ରିପାଠୀ ଙ୍କୁ ଉପ ସଭାପତି, ଶ୍ରୀଯୁକ୍ତ ସୁଦର୍ଶନ ପଣ୍ଡା ଙ୍କୁ ସମ୍ପାଦକ, ଶ୍ରୀଯୁକ୍ତ ଭାସ୍କର ବାବୁ ଶ୍ରଦ୍ଧାକର ଦାଶ ଙ୍କୁ ସହ ସମ୍ପାଦକ ଓ ଶ୍ରୀଯୁକ୍ତ ଯୋଗେନ୍ଦ୍ର ହୋତା ଙ୍କୁ କୋଷାଧ୍ୟକ୍ଷ ଭାବରେ ଚୟନ କରାଯାଇଛି। ସଂଘ ର କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ସଂଘର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ପୁରୁଷୋତ୍ତମ ପାଣିଗ୍ରାହୀ, ଶ୍ରୀଯୁକ୍ତ ସୁରେନ୍ଦ୍ର ପତି, ଶ୍ରୀଯୁକ୍ତ ସଞ୍ଜୀବ ସାହୁ, ଶ୍ରୀଯୁକ୍ତ ଯୋଗେଶ୍ୱର ହୋତା, ଶ୍ରୀଯୁକ୍ତ ପ୍ରଦୀପ କୁମାର ହୋତାଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଛି।

ଉକ୍ତ ଚୟନ ପ୍ରକିୟା ସଂଘ ର ବରିଷ୍ଠ ସଦସ୍ୟ ପୁରୁଷୋତ୍ତମ ପାଣିଗ୍ରାହୀ ଙ୍କ ସଭାପତିତ୍ବରେ ହୋଇଥିବା ବେଳେ ସୋନପୁର ସହର ର ସମସ୍ତ ବସ୍ ମାଲିକ ଙ୍କ ସମେତ ବିନିକା ରୁ ୟାକୁବ ଖାନ, ସତ୍ୟ ମେହେର, ପ୍ରଦୀପ ହୋତା, ସଞ୍ଜୀବ ସାହୁ, ବୀରମହାରାଜପୁର ବ୍ଲକ ରୁ ସୁରେନ୍ଦ୍ର ପତି ଙ୍କ ସମେତ ସୋନପୁର ର ସୁନିଲ ମେହେର ମଧ୍ୟ ଅଂଶ ଗ୍ରହଣ କରିଥିଲେ। ଏହି ସଭାରେ ଉପସ୍ଥିତ ସମସ୍ତ ସଭ୍ୟ ଙ୍କୁ ଶେଷ ରେ ସଞ୍ଜୟ ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ। ନୂତନ ସଭାପତି ହେବା ପରେ ଦୀପକ କୁମାର ମହାପାତ୍ର ଙ୍କ ସହ ସମସ୍ତ ପଦାଧିକାରୀ ମା ସୁରେଶ୍ଵରୀ ଙ୍କ ଦର୍ଶନ କରିଥିଲେ ଓ ନୂତନ ବସ୍ ଷ୍ଟାଣ୍ଡ ନିର୍ମାଣ ପାଇଁ ଅନେକ ଷ୍ଟଲ୍ ମାଲିକ ଙ୍କ ଷ୍ଟଲ୍, ପୁରୁଣା ଟାଉନ୍ ହଲ୍ ବହୁ ଦିନ ହେବ ଭଙ୍ଗା ଯାଇଥିଲେ ମଧ୍ୟ କାମ ଆରମ୍ଭ ହୋଇ ନ ଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଓ ସରକାର ତଥା ସ୍ଥାନୀୟ ପ୍ରଶାସନ ଏ ଦିଗରେ ତୁରନ୍ତ ନିଷ୍ପତ୍ତି ନେଇ ନୂତନ ବସ୍ ଷ୍ଟାଣ୍ଡ ନିର୍ମାଣ କରିବାକୁ ଅନୁରୋଧ କରିଛନ୍ତି l

Leave a Reply

Your email address will not be published. Required fields are marked *

error: Content is protected !!