ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ):ବଡ ସୂଚନା ଦେଲେ ମନ୍ତ୍ରୀ ।ଏଣିକି ସ୍ୱର୍ଗଦ୍ୱାରରେ ଗଛ କାଠ ବଦଳରେ ଗୋବର କାଠ ବା ଘସିରେ ହେବ ଶବ ଦାହ। ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଗୋବରକୁ ଶବ ଦାହରେ ବ୍ୟବହାର କରାଯାଏ। ଏହାଦ୍ୱାରା କାଠ ବଦଳରେ ଗୋବରରେ ତିଆରି କାଠରେ ଶବ ଦାହ ହେବ। ସରକାର ଏ ନେଇ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଖୁବ ଶୀଘ୍ର ବିଚାର ବିମର୍ଶ କରି ସ୍ୱର୍ଗଦ୍ୱାରରୁ ଏହି ପଦକ୍ଷେପ ନେବେ ସରକାର | ଏହା କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକସେ ଆହୁରି କହିଛନ୍ତି, ଯେଉଁମାନେ ପରିଚାଳନା ଦାୟିତ୍ୱରେ ଅଛନ୍ତି ସେମାନଙ୍କ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ | ଗୋ ମୁତ୍ର ଓ ଗୋବରର ସଦୁପଯୋଗ ପାଇଁ ସରକାର ଚିନ୍ତା କରୁଛନ୍ତି | ଗୋମାତା ସୁରକ୍ଷା, ଗୋଶାଳା ବୃଦ୍ଧିକୁ ବି ସରକାର ଗୁରୁତ୍ଵ ଦେଉଛନ୍ତି |
ଗୋ ସୁରକ୍ଷା, ଗୋ ମୁତ୍ର ଓ ଗୋବରର ସଦୁପଯୋଗ କ୍ଷେତ୍ରରେ ବିଚାରବିମର୍ଶ ପାଇଁ କମିଟି ଗଠିତ ହେବ| ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବସେ ଆହୁରି କହିଛନ୍ତି, ଯେଉଁମାନେ ପରିଚାଳନା ଦାୟିତ୍ୱରେ ଅଛନ୍ତି ସେମାନଙ୍କ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ | ଗୋ ମୁତ୍ର ଓ ଗୋବରର ସଦୁପଯୋଗ ପାଇଁ ସରକାର ଚିନ୍ତା କରୁଛନ୍ତି | ଗୋମାତା ସୁରକ୍ଷା, ଗୋଶାଳା ବୃଦ୍ଧିକୁ ବି ସରକାର ଗୁରୁତ୍ଵ ଦେଉଛନ୍ତି | ଗୋ ସୁରକ୍ଷା, ଗୋ ମୁତ୍ର ଓ ଗୋବରର ସଦୁପଯୋଗ କ୍ଷେତ୍ରରେ ବିଚାରବିମର୍ଶ ପାଇଁ କମିଟି ଗଠିତ ହେବ| ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ l
ତେବେ ଅପରପକ୍ଷେ ହିନ୍ଦୁ ପରମ୍ପରା ଅନୁଯାୟୀ ଉଭୟ କାଠ ଓ ଗୋବର ଘସିରେ ଶବଦାହ ହେଉଥିବା ବେଳେ ରାଜ୍ୟ ସରକାର କେବଳ ଘସିରେ କିପରି ଶବଦାହ କରିବେ ସେନେଇ ଦ୍ବନ୍ଦ୍ବ ଉପୁଜିଛି।ଶବକୁ ଜୁଇରେ ସସମ୍ମାନେ ଶୁଆଇ ଅଗ୍ନିଦାହ କରିବା ପାଇଁ କାଠ ନିତାନ୍ତ ଆବଶ୍ୟକ। କେବଳ ଏତିକି ନୁହେଁ, ଯେଉଁମାନେ ନିଜେ ଶବଦାହ କରିବାକୁ ଚାହିଁବେ ସେମାନେ ଘସିରେ ଶବଦାହ କରିପାରିବେ ତ! ଗୋଟିଏ ଶବ ଦାହ ପାଇଁ ପ୍ରାୟ ଦୁଇରୁ ଅଢ଼େଇ କ୍ବିଣ୍ଟାଲ କାଠ ଦରକାର ପଡ଼ୁଥିବାବେଳେ ଏହି କ୍ଷେତ୍ରରେ କେତେ ଘସି ଆବଶ୍ୟକ ହେବ ସେନେଇ କିଛି ଆକଳନ କରାଯାଇଛି ତ! ସ୍ବର୍ଗଦ୍ବାରରେ ଦୈନିକ ପ୍ରାୟ ୬୦ଟି ଶବଦାହ ହେଉଥିବାବେଳେ ଏଥିପାଇଁ ମାସକୁ କେତେ କ୍ବିଣ୍ଟାଲ ଘସି ଆବଶ୍ୟକ, ବର୍ଷା ହେଲେ ଏହାକୁ କିପରି ସୁରକ୍ଷିତ ରଖାଯିବ ସେନେଇ ସରକାରଙ୍କୁ ବଡ଼ ଯୋଜନା କରିବାକୁ ପଡ଼ିବ।