ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ): ଚିଲିକା ରୁ ଅଜଣା ମୃତଦେହ ଉଦ୍ଧାର ହୋଇଥିବା ଖବର ଆମ ହସ୍ତଗତ ହୋଇଛି ମିଳିଥିବା ଖବର ଅନୁଯାଇ କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ଚିଲିକା ନୂଆପଡା ଗ୍ରାମ୍ୟତଳି ଚିଲିକା ତେଣ୍ଟା ଧୁଆ ଫାର୍ମ ନିକଟରେ ରାତ୍ର ୧୧ଘଣ୍ଟା ସମୟରେ ଅଜଣା ବ୍ୟକ୍ତିର ମୃତ ଦେହ ଭାସୁଥିବା ସ୍ଥାନୀୟ ଲୋକମାନେ ଦେଖି ପୁଲିସକୁ ଖବର ଦେଇଥିଲେ।ଏହି ଖବର ଲେଖା ହବା ପର୍ଯ୍ୟନ୍ତ ଏ ପର୍ଯ୍ୟନ୍ତ ମୃତ ବ୍ୟକ୍ତିଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ସୂଚନା ମିଳିଛି। ଏନେଇ କୃଷ୍ଣପ୍ରସାଦ ଥାନା ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।