ପୁରୀ ଷ୍ଟେସନରୁ ପୁରୁଷୋତ୍ତମ ଏକ୍ସପ୍ରେସ୍‌ର S2 ବଗିର ସିଟ୍‌ ତଳୁ ୧୫୦ଟି ଜୀବନ୍ତ ଗୁଳି ଜବତ

ପୁରୀ :(ସମୀର ରଞ୍ଜନ ନାୟକ )ପୁରୀ ରେଳ ଷ୍ଟେସନରୁ ୧୫୦ଟି ଜୀବନ୍ତ ଗୁଳି ଜବତପୁରୁଷୋତ୍ତମ ଏକ୍ସପ୍ରେସ୍‌ର S2 ବଗିର ସିଟ୍‌ ତଳୁ ଜବତଏକ ବ୍ୟାଗ୍‌ ଭିତରେ ୧୫ଟି ପ୍ୟାକେଟ୍‌ରେ ଅଛି 8 MM ଗୁଳିମାମଲା ରୁଜୁ କରି ଆରପିଅଫ ତଦନ୍ତ କରୁଥିବା ଖବର ଆମ ହସ୍ତଗ ହୋଇଛି ଖବର ମୁତାବକ ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ୍‌ ଆଜି ପୂର୍ବାହ୍‌ଣରେ ପୁରୀ ରେଳଷ୍ଟେସନରେ ପହଞ୍ଚି ଥିଲା। ଷ୍ଟେସନରେ ରେଳ ପହଞ୍ଚିଲା ପରେ ଯାତ୍ରୀମାନେ ନିଜନିଜ ରାସ୍ତାରେ ବାହାରି ଯାଇଥିଲେ।

ଏହା ପରେ ଦୀପାବଳି ଅବସରରେ ସୁରକ୍ଷାକୁ ଗୁରୁତ୍ବ ଦେଇ ସୁରକ୍ଷାକର୍ମୀମାନେ ଟ୍ରେନ୍‌ ଯାଞ୍ଚ ବେଳେ ଏସ୍‌-୨ କୋଚ୍‌ର ସିଟ୍‌ ନମ୍ବର ୭୩ ‌ତଳେ ଏକ ବ୍ୟାଗ୍‌ ଠାବ କରିଥିଲେ। ଏହାକୁ ଯାଞ୍ଚ କରାଯିବା ‌ବେଳେ ୮ଏମ୍‌ଏମ୍‌ର ୧୫୦ଟି ଗୁଳି ମିଳିଥିଲା।ତେବେ ଏସ୍‌-୨ କୋଚ୍‌ର ୭୩ ନମ୍ବର ସିଟ୍‌ରେ ଥିବା ଯାତ୍ରୀ ଜଣକ ଏହି ଗୁଳି ଆଣି ଥିଲେ ନାଁ ପୁଲିସ ହାତରେ ଧରାପଡ଼ିବା ଭୟରେ ଆଉ କେହି ଏଠାରେ ଛାଡ଼ି ପଳାଇଛନ୍ତି, ସେନେଇ ଜଣାପଡ଼ି ନାହିଁ। ଆରପିଏଫ୍‌ ଏନେଇ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *

error: Content is protected !!