ଖଲ୍ଲିକୋଟ (ରିପୋର୍ଟ:- ଅଶ୍ଵିନୀ କୁମାର ମହାନ୍ତି): ଗତକାଲି ନିଉଜ -୭ ର ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ଧିରେନ୍ଦ୍ର କୁମାର ଦାନୀ ଖବର ସଂଗ୍ରହ ନିମନ୍ତେ ସୁବର୍ଣ୍ଣପୁର ବିଡ଼ିଓ ଙ୍କ କାର୍ଯ୍ୟାଳୟ ଯାଇଥିବା ବେଳେ ବିଡ଼ିଓ ସୌମ୍ୟରଞ୍ଜନ ସ୍ୱାଇଁ ଙ୍କୁ କେତେକ ପ୍ରଶ୍ନ କରିବା ସମୟରେ ହଠାତ୍ ରାଗି ଯାଇ ସାମ୍ବାଦିକ ଧିରେନ୍ଦ୍ର ଙ୍କୁ ବିଡ଼ିଓ ଶ୍ରୀ ସ୍ଵାଇଁ ମରଣାନ୍ତକ ଆକ୍ରମଣ କରିଥିଲେ।
ଏହି ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ ଥାନାରେ ଦାଖଲ କରିବାକୁ ଶ୍ରୀ ଦାନୀ ସ୍ଥାନୀୟ ଥାନାକୁ ଯାଇଥିବା ବେଳେ ପୋଲିସ ଘଟଣାର ପ୍ରାଥମିକ ତଦନ୍ତ ନ କରି ଜଣେ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ପରି ଏକ ପାଖିଆ ଭାବେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଏହି ଘଟଣାକୁ ଖଲିକୋଟ ସମସ୍ତ ସାମ୍ବାଦିକ ଭାଇମାନେ ବିରୋଧ କରିବା ସହ ଏକ ଶୋଭାଯାତ୍ରାରେ ଖଲିକୋଟ ତହସିଲ୍ କାର୍ଯ୍ୟାଳୟରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ତହସିଲଦାରଙ୍କ ଅନୁପସ୍ଥିତିରେ ତହସିଲ କାର୍ଯ୍ୟାଳୟର ମୁଖ୍ୟ କିରାଣୀଙ୍କୁ ପ୍ରଦାନ କରିଥିଲେ।