୨୨୭ ଜଣ ଛାତ୍ରଛାତ୍ରୀ ଦେଲେ ନବମ ଶ୍ରେଣୀ ଏନ୍‌ଆରଟିଏସ୍ ପରୀକ୍ଷା

ବୁଗୁଡ଼ା (ରିପୋର୍ଟ – ସୋରେନ କୁମାର ପ୍ରଧାନ): ସ୍ନାନୀୟ ପିପୁଲ୍ଲ ହାଇସ୍କୁଲ କେନ୍ଦ୍ରରେ ଆଜି ନବମ ଶ୍ରେଣୀ ଜାତୀୟ ଗ୍ରାମୀଣ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବୁଗୁଡା ଗୋଷ୍ଠୀ ଶିକ୍ଷାଧୁକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟର ୨୨୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୪ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ।ଉକ୍ତ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଦାୟିତ୍ବରେ ପିପୁଲ୍ସ ହାଇସ୍କୁଲର ପ୍ରଧାନ ଶିକ୍ଷକ କାଳୀ ଚରଣ ବେହେରା ଏବଂ ଡେପୁଟି ସୁପରିଟେଣ୍ଡେଣ୍ଟ ଦାୟିତ୍ବରେ ସହକାରୀ ଶିକ୍ଷକ ପ୍ରଶାନ୍ତ କୁମାର ଗୌଡ ରହିଥିଲା ବେଳେ କାହ୍ନୁ ଚରଣ ଗୌଡ , ଉଷାରାଣୀ ସିଂ, ବିଶ୍ଵେଶ୍ବର ଗିରି , ସୁଚିତ୍ରା ବିଷୋୟୀ, ସିମାଞ୍ଚଳ ପାଇକ, ଶିବାନନ୍ଦ ସୁବୁଦ୍ଧି , ସସ୍ମିତା ତ୍ରିପାଠୀ , ଜ୍ଯୋତ୍ସ୍ନା ସେଠୀ , ସ୍ନେହଲତା ସାହୁ ପ୍ରମୁଖ ଶିକ୍ଷକ-ଶିକ୍ଷୟିତ୍ରୀ କକ୍ଷ ନିରୀକ୍ଷକ ଭାବେ ନିଯୋଜିତ ଥିଲେ ଏବଂ ବିଇଓ ଚିନ୍ମୟ ମହାପାତ୍ର ପର୍ଯ୍ଯବେକ୍ଷକ ରୂପେ ଯୋଗ ଦେଇଥିଲେ । ଉକ୍ତ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିଲା ।

Leave a Reply

Your email address will not be published. Required fields are marked *

error: Content is protected !!