ଗଞ୍ଜାମ/ଖଲ୍ଲିକୋଟ (ଅଶ୍ୱିନୀ କୁମାର ମହାନ୍ତି ): ପୋଲିସ ମୋଷ୍ଟ ୱାଣ୍ଟେଡ ଥିବା ପ୍ରଦୀପ ପରିଡା ଗିରଫ। ଆଜି ଖଲ୍ଲିକୋଟ ପୋଲିସ ର ଏକ ସ୍ପେସିଆଲ ଟିମ ପ୍ରଦୀପ କୁ କେଶପୁର ଅଂଚଳ ରୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ପ୍ରଦୀପ ଠାରୁ ଗୋଟିଏ ପିସ୍ତଲ ଏବଂ ଗୁଳି ଜବତ ହୋଇଥିବା ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ଛତ୍ରପୁର ଏସ୍ଡ଼ିପିଓ ଗୌରହରି ସାହୁ।
ପ୍ରଦୀପ ଙ୍କ ନାମରେ ଖଲ୍ଲିକୋଟ ଥାନା ୪ଟା ହତ୍ୟା ମାମଲା ଥିବା ବେଳେ ଡକାୟତି, ରାହାଜାନି ଓ ଦାଦା ବଟି ମାଗିବା ଭଳି ବାଲୁଗାଁ, ବାଣପୁର,ଭୁବନେଶ୍ୱର, ଝାରସୁଗୁଡା ସମେତ ରାଜ୍ୟର ବିଭିନ୍ନ ଥାନା ରେ ମୋଟ ୨୭ ଗୋଟି ମାମଲା ଥିବା ସୂଚନା ଦେଇଛନ୍ତି ଏସ୍ଡ଼ିପିଓ। ଗତ ଏପ୍ରିଲ ୨୬ ତାରିଖ ରେ ତୋଟାଗାଁ ଜଣେ ବ୍ୟକ୍ତି ଙ୍କ ଘରେ ପଶି ଗୁଳିକାଣ୍ଡ କରିଥିବା ଘଟଣା ରେ ସମ୍ପୃକ୍ତି ଥିବା ପୋଲିସ ଜାଣିବା ପରେ ସେବେଠାରୁ ପ୍ରଦୀପ କୁ ଖୋଜୁଥିଲା ପୋଲିସ।