ମୟୁରଭଞ୍ଜ : କରଞ୍ଜିଆ ସହରର ୱାର୍ଡ ନମ୍ବର ୧୫ ଠାରେ ଥିବା ଗୋଧାମ ଗୋଶାଳା ଠାରେ ଆସନ୍ତା ୮ ରୁ ୧o ତାରିଖ ପର୍ଯ୍ୟନ୍ତ ଗୋପାଷ୍ଟମୀ ଅବସରରେ ତିନିଦିନିଆ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବାର ଅବ୍ୟାହତି ପୂର୍ବରୁ ଏକ ହିନ୍ଦୁଜାଗରଣ ସଭାଯାତ୍ରା ଅନୁଷ୍ଠିତ ହୋଇଛି। ଶୋଭାଯାତ୍ରାଟି ମିଳନପଡ଼ିଆ ଠାରୁ ଆରମ୍ଭ ହୋଇ ସିନେମାହଲ ଛକ, ଦୋଳପଡ଼ିଆ, ଅମ୍ବିକା ମନ୍ଦିର ଛକ, ଏନଏସି ଛକ, ମାଣିକଛକ ହୋଇ ସ୍ଥାନୀୟ ସଙ୍ଗୀତ ମହାବିଦ୍ୟାଳୟ ପରିସରରେ ସମାପନ ହୋଇଥିଲା।
କାର୍ଯ୍ୟକ୍ରମରେ ଗୋଶାଳା ପ୍ରଶାନ୍ତ କୁମାର ମିଶ୍ର,ସମ୍ପାଦକ ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା ସଭାପତି ସ୍ମୃତିମୟ ମହାନ୍ତ,ପ୍ରାନ୍ତ ବୈଧିକ ପ୍ରମୁଖ ହରିହର ତ୍ରିପାଠୀ,ବାବାଧୀରେନ୍ଦ୍ର ଆଚାର୍ଯ୍ୟ, କଟନ ବାବା, କୃପାସିନ୍ଧୁ ମହାନ୍ତ, ଆଶିଷ କୁମାର ମହାନ୍ତ,ବସନ୍ତ କୁମାର ଦାନିଭାଇ, ଘନାଶ୍ୟାମ ମହାନ୍ତ, ସ୍ଵପ୍ନେଶ୍ଵର ସାହୁ, ଯଦୁନାଥ ମହାନ୍ତ, ଦୟାନିଧି ଦାସ, ସୁଭାଶିଷ ଚୌଧୁରୀ ଙ୍କ ସହିତ ଏକ ହଜାର ରୁ ଉର୍ଦ୍ଧ ବ୍ୟକ୍ତି ଯୋଗଦେଇଥିଲେ।କାର୍ଯ୍ୟକ୍ରମ କୁ ରାକେଶ ଅଗ୍ରୱାଲ, ସଞ୍ଜୀବ ସାହୁ,ସୁଧୀର ଭାରୁକା,ମୋହିତ ଦାସ ପରିଚାଳନା ରେ ସହଯୋଗ କରିଥିଲେ।