ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ଉତ୍ସାହ ଓ ମହକ ଆୟୋଜିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ ): ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ସୁବର୍ଣ୍ଣପୁର ଦ୍ଵାରା ଆୟୋଜିତ ଶିଶୁ ଯତ୍ନ ଅନୁଷ୍ଠାନ ମାନଙ୍କୁ ନେ଼ଇ ଜିଲ୍ଲା ସ୍ତରୀୟ ମହୋତ୍ସବ ଓ ମହକ କାର୍ଯ୍ୟକ୍ରମ ସ୍ଥାନୀୟ ସଂସ୍କୃତି ଭବନଠାରେ ଆୟୋଜିତ ହୋଇଯାଇଛି l ଏହା ଦୁଇ ଦିନ ଧରି କାର୍ଯ୍ୟକ୍ରମ ଚାଲିଥିଲା l ପ୍ରଥମ ଦିବସରେ ପିଲାମାନଙ୍କର ଖେଳ କୁଦ ଅନୁଷ୍ଠିତ ହୋଇଥିବା ବେଳେ ଦ୍ଵିତୀୟ ଦିନ ଗୀତ, ନାଚ, ଆଜି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଉତ୍ସବ ରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର କୁମାର ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ I

ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଅନୁପମା ପଣ୍ଡା, ଜିଲ୍ଲା ସଂସ୍କୃତି ଅଧିକାରିଣୀ ଯମୁନା ପଧାନ କିଶୋର ନ୍ୟାୟ ବୋର୍ଡ ସଦସ୍ୟ ରଞ୍ଜିତା ସାହୁ ପ୍ରମୁଖ ଯୋଗ ଦେଇ ଶିଶୁ ମାନଙ୍କ ପ୍ରତିଭା ବିକାଶ ନିମନ୍ତେ ଉତ୍ସାହିତ କରିଥିଲେ l ବିଜୟ ବିଶ୍ଵାଳ, ମଞ୍ଚ ପରିଚାଳନା କରିଥିବା ବେଳେ କେଶବ ଚନ୍ଦ୍ର ମେହେର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ l ସେହିପରି ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଅନ୍ୟା ଦାସ ଯୋଗଦେଇ ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ l ଅନ୍ୟ ତମ ସମ୍ମାନିତ ଅତିଥି ଭାବରେ ଉପ ଜିଲ୍ଲାପାଳ ସୌମ୍ୟରୁପା ରଥ, ଡି ଏସ ପି HRPC ପ୍ରତାପ ରଣା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସ, ବରିଷ୍ଠ ଶିକ୍ଷକ ଗିରିଶ ତ୍ରିପାଠୀ ଯୋଗ ଦେଇ ଶିଶୁ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ l

କାର୍ଯ୍ୟକ୍ରମକୁ CRCC ବ୍ରତାନନ୍ଦ ଭୋଇ ପରିଚାଳନା କରିଥିବା ବେଳେ ଶିଶୁ ଯତ୍ନ ଅନୁଷ୍ଠାନ ଅଧିକାରୀ ବିଜୟ ବିଶ୍ଵାଳ ଧନ୍ୟ ବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟ କ୍ରମ କୁ ଥବିର କାଲସେ, ସ୍ବାଗତରାଜ ମିଶ୍ର, ଅନିଲ ମହଲା, ରୁଦ୍ର ପ୍ରସନ୍ନ ମିଶ୍ର, ପ୍ରଶାନ୍ତ ମହାକୁଡ, ସରିତା ସୁନା, ସୁଜାତା ବେହେରା, ରୋଜି ସା, ସୁଧୀର ଦାସ, ଧର୍ମେନ୍ଦ୍ର ଦାସ ସହଯୋଗ କରିଥିଲେ l ବିଚାରକ ଭାବରେ ଗିରିଶ ତ୍ରିପାଠୀ, ଶାନ୍ତନୁ କର୍ଣ୍ଣ, ଲକ୍ଷ୍ମୀ ମିଶ୍ର ଓ ସୁଧା ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟ ତୁଲାଇଥିଲେ l

Leave a Reply

Your email address will not be published. Required fields are marked *

error: Content is protected !!
Powered by Joinchat