ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ଶସକ୍ତି କରଣ ବିଭାଗ ପକ୍ଷରୁ ଆୟୋଜିତ ଏହି ଶିବିରକୁ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ,ବିଡିଓ ପ୍ରିୟଦର୍ଶନୀ ମିର୍ଦ୍ଧା,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡଙ୍ଗୀ ପ୍ରମୁଖ ଯୋଗଦେଇ ଉଦଘାଟନ କରିଥିଲେ । ବ୍ଲକ ସାମାଜିକ ସୁରକ୍ଷା ଅଧରକାରୀ ଅଞୁଲତା ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ଦୃଷ୍ଟି ବାଧିତ,ଶ୍ରବଣ ବାଧିତ,ଏବଂ ଶାରୀରିକ ବିକଳାଙ୍ଗ ମାନଙ୍କୁ ପରୀକ୍ଷା କରାଯାଇ ସାଟିଫିକେଟ ପ୍ରଦାନ କରାଯାଇଥିଲା।

ଚଳନ ଶକ୍ତିରେ ୧୮୩ ଜଣ, ଶ୍ରବଣ ଜନିତ ସମସ୍ୟା ପାଇଁ ୧୫୩ଜଣ ,ଆଖି ପରିକ୍ଷା ପାଇଁ ୪୭ ଜଣ,ଏମ.ଆର.ପାଇଁ ୫୯ ଜଣ,ଗୋଡ ହାତ ବଙ୍କା ପାଇଁ ୧୨ ଜଣ ବସ ପାସ ପାଇଁ ୬୯ ଜଣ ନୂତନ ପେନସନ ପାଇଁ ୫୯ ଜଣ,ବିକଳାଙ୍ଗ ପ୍ରୋତ୍ସାହନ ବିବାହିତ ରାଶି ପାଇଁ ୩ ଜଣ,ବାଣୀଶ୍ରୀ ବୃତି ପାଇଁ ୧୦୦ ଜଣ,ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ସହାୟତା ପାଇଁ ୩ଜଣ,ମାଗଣାରେ ଲାପଟପ ଯୋଜନାରେ ସାମିଲ କରିବାପାଇଁ ୩ଜଣ,କେରିଅର କାଉନସେଲିଂରେ ୮୨ ଜଣ ନାମ ପଂଜି କରଣ କରିଥିଲେ । ଏପରିକି ଆଇଟିଆଇରେ ମାଗଣାରେ ନାମ ଲେଖାଇବା ସହ ଭିନ୍ନକ୍ଷମ ମାନଙ୍କୁ ସରକାରୀ ସ୍ତରରେ ଅତ୍ମନିର୍ଭର୍ଳଶୀଳ ହେବାପାଇଁ ନାମ ପଂଜିକରଣ କରାଯାଇଥିଲା ଡଃ, ସରୋଜ ମେହେର,ଡଃ.ସମିର ଭୋଇ,ଡଃ.ଭାଗ୍ୟଶ୍ରୀ ପଧାନ,ଡଃ.ନରେନ୍ଦ୍ର ମେହେର, ଡଃ.ଆସିଶ କୁମାର ସାହୁ,ଡ.ରଜନୀକାନ୍ତ ମେହେରଙ୍କ ସମେତ ସବୁ ବିଭାଗର ଡାକ୍ତର ଉପସ୍ଥିତ ରହି ପରିକ୍ଷା ନିରିକ୍ଷା କରିଥିଲେ ।

ପରେ ବ୍ଲକ ଉପାଧ୍ୟକ୍ଷା ଶାନ୍ତି ଲୁହା ଆସି ଭିନ୍ନକ୍ଷମ ଶଶକ୍ତ କରଣ ବିଭାଗ ପକ୍ଷରୁ ଆୟୋଜିତ ହେଉଥିବା ଏହି ଭିନ୍ନକ୍ଷମ ସାମର୍ଥ ଶିବିରକୁ ବୁଲି ଦେଖିବାସହ ବିନ୍ନକ୍ଷମ ଲୋକେ କିଭଳି ସରକାରଙ୍କର ବିଭିନ୍ନ ଯୋଜନାରେ ସାମିଲ ହୋଇ ଏହାର ଲାଭ ଉଠାଇପାରିବେ ସେନେଇ ଅବଗତ କରିଥିଲେ । ଏଇ ଅବସରରେ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *

error: Content is protected !!