ଯୋଡା ଶାସ୍ତ୍ରୀ ନଗର ବିହାରୀ ସମ୍ପ୍ରଦାୟ ପକ୍ଷରୁ ଛଟ ପର୍ବ ପାଳିତ

Chhath puja 2024 : କେନ୍ଦୁଝର ଜିଲ୍ଲା ଯୋଡ଼ା ସ୍ଥିତ ଶାସ୍ତ୍ରୀନଗର ଠାରେ ପବିତ୍ର ଛୋଟ ପର୍ଵ ପାଳିତ ହୋଇଯାଇଅଛି।ଦୀର୍ଘ ୪ ଦିନ ଧରି ଚାଲିଥିବା ପବିତ୍ର ଛଟ ପୂଜାର ଆଜି ଶେଷ ଦିନ । ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ ପରେ ବ୍ରତଧାରୀମାନେ ଉଦଯାପନୀ ଉତ୍ସବ ପାଳନ କରିଛନ୍ତି । ଏହି ଛଟ ପୂଜାକୁ ନେଇ ଚଳଚଞ୍ଚଳ ଯୋଡ଼ା ଶାସ୍ତ୍ରୀନଗର ସୁନା ନଦୀପଠା । ପରିବାରର ଶୁଭ ମନାସି ଓ ସୁଖ ଶାନ୍ତି କାମନା କରିବା ସହ ସମାଜର କଲ୍ୟାଣ ପାଇଁ ଏହି ପୂଜା ବିହାରୀ ଓ ଝାଡଖଣ୍ଡ ସମାଜର ମହିଳାମାନେ ପୂଜା କରନ୍ତି । ଏଥିରେ ସୂର୍ଯ୍ୟଦେବଙ୍କୁ ଆରଧନା କରାଯାଇଥାଏ । ତେବେ ଆଜି ଏହି ପୂଜାର ଶେଷ ଦିନ ବା ସମାପନ ଦିବସ ।

ତେଣୁ ୪ ଦିନ ଧରି ଚାଲିଥିବା ଏହି ନିଷ୍ଠାର ବ୍ରତକୁ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ ପରେ ବ୍ରତଧାରୀମାନେ ଉଦଯାପନୀ ଉତ୍ସବ ପାଳନ କରିଛନ୍ତି ।ଆଜି ପବିତ୍ର କାର୍ତ୍ତିକ ସପ୍ତମୀରେ ବଡି ଭୋରରୁ ବ୍ରତଧାରୀମାନେ ସୂର୍ଯ୍ୟଙ୍କୁ ସୁନା ନଦୀପଠାରେ ଆସି ପୂଜା କରିଥିଲେ। ଜଳ ଅର୍ଘ୍ୟ ସହ ଅନ୍ୟାନ୍ୟ ଭୋଗ ଧୂପ ଦୀପ ନୈବେଦ୍ୟ ଦେଇ ମହିଳାମାନେ ସୂର୍ଯ୍ୟଦେବଙ୍କୁ ପୂଜା କରିଥିଲେ । ତେବେ ୪ ଦିନ ଧରି ଏହି ପୂଜା ହେଉଥିବା ବେଳେ ପ୍ରଥମ ଦୁଇଦିନ ସ୍ୱଳ୍ପ ଆହାର ବା ଖିରି ଖାଇ ପୂଜା କରିଥିଲେ ବ୍ରତଧାରୀ । ଆଉ ଶେଷ ଦୁଇଦିନ ନିର୍ଜଳା ବ୍ରତ କରିଥିଲେ । ଚତୁର୍ଥୀ ତିଥିରୁ ଆରମ୍ଭ ହୋଇଥିବା ଏହି ପୂଜା ସପ୍ତମୀରେ ଶେଷ ହେଉଥିବା ବେଳେ ଗତକାଲି ପୂଜାରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଜଳ ଅର୍ଘ୍ୟ ଅର୍ପଣ କରି ଏହି ପୂଜା କରାଯାଇଥିଲା ।

ଆଜି ଉଦୟଗାମୀ ସୂର୍ଯ୍ୟଙ୍କ ପୂଜାର୍ଚ୍ଚନା କରିବା ସହ ଜଳ ଅର୍ଘ୍ୟ ଦିଆଯାଇ ପୂଜାକୁ ସମାପନ କରାଯାଇଛି ।ତେବେ ବିହାର, ଝାଡ଼ଖଣ୍ଡ, ଓଡିଶା ଅଞ୍ଚଳରେ ଛଟ ପର୍ବ ପାଳନ କରାଯାଏ । ଭକ୍ତମାନେ ବିଶ୍ୱାସ କରନ୍ତି ଯେ, ଛଟ ଦିନ ସୂର୍ଯ୍ୟଙ୍କ ପୂଜାରେ ଛଟି ମା’ ଖୁସି ରହିଥାନ୍ତି । ଛଟର ପ୍ରଥମ ଦିନକୁ ‘ନାହାୟ ଖାୟ’ ଭାବରେ ପାଳନ କରାଯାଏ ଯେଉଁଥିରେ ଘର ସଫା କରିବା, ତା’ପରେ ଗାଧୋଇବା ଏବଂ ଶାକାହାରୀ ଖାଦ୍ୟ ସହିତ ଉପବାସ ଆରମ୍ଭ କରାଯାଏ । ଦ୍ୱିତୀୟ ଦିନରେ ଭକ୍ତମାନେ ଦିନସାରା ଉପବାସ କରିବା ପରେ ସନ୍ଧ୍ୟାରେ ଖାଦ୍ୟ ଖାଇଥାନ୍ତି ଯାହାକୁ ଖରନା କୁହାଯାଏ ।

Leave a Reply

Your email address will not be published. Required fields are marked *

error: Content is protected !!