ଖଲ୍ଲିକୋଟ ମନ୍ଦିରରୁ ଚୋରି, ନିର୍ମଳଝର ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଗଞ୍ଜାମ (ଅଶ୍ୱିନୀ କୁମାର ମହାନ୍ତି ):ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳରେ ପୁଣି ଚୋରି। ପର୍ୟ୍ୟଟନ ସ୍ଥଳୀ ନିର୍ମଳଝର ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିନେଲେ ଦୃର୍ବୁତ୍ତ। ଗତ କାଲି ବିଳମ୍ବିତ ରାତିରେ ନିର୍ମଳଝର ପରିସରରେ ଥିବା ନୀଳକଣ୍ଠେଶ୍ଵର ମନ୍ଦିରରୁ ହୁଣ୍ଡି ଭାଙ୍ଗି ଲୁଟ କରିବା ସହ, ରୋଷ ଘର ତାଲା ଭାଙ୍ଗି ପିତଳ ସାମଗ୍ରୀ ଚୋରୀ ହୋଇଥିବା ଜଣା ପଡିଛି l

ଘଟଣା ସ୍ଥଳରେ ଖଲ୍ଲିକୋଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଅନ୍ୟପଟେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ତେବେ ଖଲ୍ଲିକୋଟ ଥାନା ଅଂଚଳ ରେ ଚୋରି ଘଟଣା ନୂଆ ନୁହେଁ। ଲଗାତାର ୩ମାସ ହେବ ଏକାଧିକ ବ୍ୟକ୍ତିଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଥିଲେ ମଧ୍ୟ ସ୍ଥାନୀୟ ପୋଲିସ ଚୋରି କରୁଥିବା ଦୁବୃତ୍ତଙ୍କ ପାଖରେ ପହଁଚି ପାରୁନଥିବା ବେଳେ ଚୋରି ରୋକିବାରେ ମଧ୍ୟ ବିଫଳ ହୋଇଥିବା କହିଲେ ଅତୁକ୍ତି ହେବ ନାହିଁ।

Leave a Reply

Your email address will not be published. Required fields are marked *

Powered by Joinchat