ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀର ବିଧାନସଭାରେ ଧାରା 370 ଏବଂ 35ଏକୁ ନେଇ ରାଜନୀତି ଗରମ ହେବାରେ ଲାଗିଛି। ଗୃହ ଭିତରେ ଧସ୍ତାଧସ୍ତି, ପ୍ଲା କାର୍ଡ ପ୍ରଦର୍ଶନ ହୋଇଛି ଏବଂ ଗୃହ ବାହାରେ ମଧ୍ଯ ପ୍ରବଳ ଶବ୍ଦବାଜି ଚାଲିଛି।ଧାରା 370 ଏବଂ 35ଏ ଉପରେ ହୋଇଥିବା ପ୍ରସ୍ତାବକୁ ବିଜେପି ଅସାମ୍ବିଧାନିକ ବୋଲି କହିଛି। ବିଜେପି ଓମାର ସରକାରଙ୍କୁ ଆକ୍ରମଣ କରି କହିଛି ଯେ ଏହା ଆତଙ୍କବାଦକୁ ପୁନର୍ଜୀବିତ କରିବାକୁ ଚେଷ୍ଟା କରୁଛି।
ବିଜେପି ଜାତୀୟ ସାଧାରଣ ସମ୍ପାଦକ ତଥା ଜାମ୍ମୁ କାଶ୍ମୀର ଏବଂ ଲଦାଖର ଦାୟିତ୍ୱରେ ଥିବା ତରୁଣ ଚୁଗ୍ ଗୁରୁବାର କହିଛନ୍ତି ଯେ ଧାରା 370 ଉପରେ ଜାମ୍ମୁ କାଶ୍ମୀର ବିଧାନସଭା ପ୍ରସ୍ତାବ ସମ୍ପୂର୍ଣ୍ଣ ବେଆଇନ ଏବଂ ଅସାମ୍ବିଧାନିକ। ଏହାର ଉଦ୍ଦେଶ୍ୟ ହେଉଛି ଦେଶ ଭିତରେ ବିଚ୍ଛିନ୍ନତାବାଦୀ ଏବଂ ହିଂସାତ୍ମକ ଶକ୍ତିକୁ ଉତ୍ତେଜିତ କରିବା।
“ଆତଙ୍କବାଦର ପୁନରୁଦ୍ଧାର ହେଉଛି ଉମର ଅବଦୁଲା ସରକାରଙ୍କ ଏଜେଣ୍ଡା “
ଓମାର ଅବଦୁଲ୍ଲା ସରକାରଙ୍କୁ ଟାର୍ଗେଟ୍ କରି ତରୁଣ ଚୁଗ୍ କହିଛନ୍ତି ଯେ ଓମାର ଅବଦୁଲ୍ଲା ସରକାର ଦେଶ ବିରୋଧୀ ବିବାଦକୁ ପୁନର୍ବାର ଜ୍ୱଳାଇ ଦେଉଛନ୍ତି। ଚୁଗ୍ କହିଛନ୍ତି ଯେ ଓମାର ଅବଦୁଲ୍ଲା ସରକାରଙ୍କ ଏଜେଣ୍ଡା ହେଉଛି ଆତଙ୍କବାଦକୁ ପୁନର୍ଜୀବିତ କରିବା ଏବଂ ମୋଦୀ ସରକାରଙ୍କ ଦ୍ୱାରା କରାଯାଉଥିବା ବିକାଶ କାର୍ଯ୍ଯରେ ବ୍ୟାଘାତ ସୃଷ୍ଟି କରିବା।