ମୟୁରଭଞ୍ଜ(ରିପୋର୍ଟ- ଜିତେନ୍ଦ୍ର ରାଜ଼ ):ଦୀର୍ଘ ବ୍ୟବଧାନ ପରେ କରଞ୍ଜିଆ ବନଖଣ୍ଡ କୁ ଫେରିଲେ ୨୪ ଟିକିଆ ହାତୀପଲ ଗତକାଲି ରାତି ହାତୀପଲ କେନ୍ଦୁଝର ସୀମା ଡେଇଁ ନଈ ପରିହୋଇ କରଞ୍ଜିଆ ବନଖଣ୍ଡ ରେ ପ୍ରବେଶ କରିଛନ୍ତି।ଆସିବା ବାଟରେ ବ୍ୟାପକ ଧାନ ଫସଲ ନଷ୍ଟ କରିଥିବା ସୂଚନା ମିଳିଛି।
ଆଜି ସକାଳୁ ବଡଦେଉଳି ଅଞ୍ଚଳ ରେ ପହ୍ଞ୍ଚି ଛନ୍ତି ହାତୀପଲ ବର୍ତମାନ ଧାନ ଅମଳ ର ସମୟ ହୋଇଥିବା ବେଳେ ପ୍ରାୟ ସମସ୍ତଙ୍କ ବିଲରେ ପାଚିଲା ଧାନ ରହିଛି। ହାତୀପଲ ଆଜି ବଡ଼ଦେଉଳି ନିକଟ ପୋଖରୀ ରେ ଜଳକ୍ରୀଡା ସହିତ ଗାଧୋଇଥିଲେ ଓ ବ୍ୟାପକ ଧାନ ଫସଲ ନଷ୍ଟ କରିଥିବା ସୂଚନା ମଧ୍ୟ ମିଳିଛି।
ହାତୀପଲ ଯୋଗୁ ଆଖପାଖ ର ପ୍ରାୟ କୋଡିଏ ଟି ଗାଁ ରେ ଭୟର ବାତାବରଣ ଖେଳିଯାଇଛି ଚାଷୀ ଙ୍କୁ ନିଜ ଫସଲ ଚିନ୍ତା ଘାରିଥିବା ବେଳେ ହାତୀପଲ ବର୍ତମାନ ପର୍ଯ୍ୟନ୍ତ କୌଣସି ବଡ଼ କ୍ଷତି କରିନଥିବା ଓ ବନବିଭାଗ ର କର୍ମଚାରୀ ହାତୀପଲ ଉପରେ ନଜର ରଖିଥିବା କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ ସୂଚନା ଦେଇଛନ୍ତି।