ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ ):ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୁକିଆ ଗ୍ରାମ ରଘୁନାଥ କ୍ଳବ ଆନୁକୂଲ୍ୟରେ ଆସନ୍ତା ନଭେମ୍ବର ୨୨ତାରିଖରୁ ୨୫ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜଳନ୍ଧର ରାଜ୍ ଦରବାର ପାଇଁ କ୍ଳବ ର ସଭାପତି ରାଧାକୃଷ୍ଣ ପୁରୋହିତ ଙ୍କ ପୌରହିତ୍ୟରେ ରେ ଶୁଭସ୍ତମ୍ଭ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆଜି ବିରାଟ ପଟୁଆରାରେ ଯାତ୍ରା ପଡିଆକୁ ଯାଇ ଜଳନ୍ଧର ରାଜ୍ ଦରବାର ନିମନ୍ତେ ଜଳନ୍ଧର ଭୂମିକାରେ ଅଭିନୟ କରୁଥିବା ମହାରାଜ ଗୋପାଳ ଦାଶଙ୍କ ଦ୍ୱାରା ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି ।
ଏହି ଅବସରରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଜଳନ୍ଧର ରାଜ୍ ଦରବାର ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ,ମୀନାବଜାର ର ଆୟୋଜନ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।କ୍ଲବର ବରିଷ୍ଠ ସଦସ୍ୟ କୈଳାଶ ଚନ୍ଦ୍ର ପୁରୋହିତ,ଅନନ୍ତ ନାରାୟଣ ପୁରୋହିତ, ବୃନ୍ଦାବନ ପୁରୋହିତ, ତ୍ରିବିକ୍ରମ ଭୋଇ, ରବିନାରାୟଣ ପୁରୋହିତ,ରଞ୍ଜନ ନାଏକ, ସୈମ୍ୟରଞ୍ଜନ ନାୟକ,ପ୍ରଜ୍ଞାତ ପୁରୋହିତ, ମଦନମୋହନ ପୁରୋହିତ,ଆନନ୍ଦ ସାଲମା, ଦେବାଶିଷ ପୁରୋହିତ ଆଦି ସମସ୍ତ ସଭ୍ୟ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l