୬୫ ଫୁଟ ଉଚ୍ଚତାର ବୃହତ ଶ୍ରୀ ରାମଙ୍କ ପ୍ରତିମୂର୍ତ୍ତିର ଶିଳାନ୍ୟାସ

କେନ୍ଦୁଝର (ସୀତାରାମ ଦୀକ୍ଷିତ):କପିଳେଶ୍ଵରର ସାଂସ୍କୃତିକ ପରିଷଦ ପକ୍ଷରୁ ୬୫ ଫୁଟ ଉଚ୍ଚତା ର ଶ୍ରୀ ରାମ ଙ୍କ ପ୍ରତିମୂର୍ତ୍ତି ର ଶିଳା ନ୍ୟାସ କାର୍ଯ୍ୟକ୍ରମ ନାରଣପୁର ସ୍ଥିତ ଟାଙ୍ଗର ପଳସାର ଘଡ଼ଘଡ଼ି କପିଳେଶ୍ଵରରଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସାଂସଦ ଅନନ୍ତ ନାୟକ ପରିଷଦ ସଭାପତି ବିଜୟ କୁମାର ମହାନ୍ତି ଉପସ୍ଥିତ ରହି ପ୍ରଭୁ ଶ୍ରୀ ରାମଙ୍କ ପ୍ରତିମୂର୍ତ୍ତି ସ୍ଥଳ ରେ ଶିଳା ନ୍ୟାସ କରିଥିଲେ। ଏହି ପ୍ରତିମୂର୍ତ୍ତି କୁ ୨ବର୍ଷ ନଧ୍ୟରେ ପୂର୍ଣ୍ଣ ରୂପ ଦେବା ପାଇଁ ପରିଷଦ ର କାର୍ଯ୍ୟକର୍ତ୍ତା ମାନେ ଦୃଢ଼ ବିଶ୍ୱାସ ରଖିଥିବା ପ୍ରକାଶ କରିଛନ୍ତି। ଏହି ପ୍ରତିମୂର୍ତ୍ତି ଓଡିଶା ରେ ସର୍ବବୃହତ ପ୍ରଭୁ ରାମଙ୍କ ପ୍ରତିମୂର୍ତ୍ତି ହେବ ବୋଲି ଜଣାପଡିଛି।

ପୂର୍ବରୁ ଏହି କପିଳେଶ୍ଵରର ମନ୍ଦିର ପରିସରରେ ୪୫ ଉଚ୍ଚତା ର ଅର୍ଦ୍ଧ ନାରୀ-ଈଶ୍ୱର ପ୍ରତିମୂର୍ତ୍ତି ପ୍ରତିଷ୍ଠା ହେବା ପରେ ଏହି ସ୍ଥାନ କୁ ଭକ୍ତଙ୍କ ସମାଗମ ବୃଦ୍ଧି ହେବାରେ ଲାଗିଥିବା ବେଳେ ପ୍ରଭୁ ଶ୍ରୀ ରାମଙ୍କ ବୃହତ ଉଚ୍ଚତା ର ଏହି ପ୍ରତିମୂର୍ତ୍ତି ହେଲେ ସାରା ଓଡିଶା ର ରାମ ଭକ୍ତଙ୍କ ଆକର୍ଷଣ ର କେନ୍ଦ୍ର ଏହି ସ୍ଥାନ ହେବ ବୋଲି କପିଳେଶ୍ଵରର ସାଂସ୍କୃତିକ ପରିଷଦ ର କର୍ମକର୍ତ୍ତା ମାନେ ଆଶା ରଖିଛନ୍ତି। ଏହି ଶିଳାନ୍ୟାସ କାର୍ଯ୍ୟକ୍ରମ କୁ ସଫଳ କରିବାରେ ପରିଷଦ ର ସମ୍ପାଦକ ଗୌରଚନ୍ଦ୍ର ନାଏକ ତଥା ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

Powered by Joinchat