ସିକ୍ୟୁରିଟି ସଂସ୍ଥାର ଶ୍ରମିକ ମାରଣ ନୀତି: ତେଜୁଛି ଅସନ୍ତୋଷ

କେନ୍ଦୁଝର/ଯୋଡ଼ା (ସୀତାରାମ ଦୀକ୍ଷିତ): ଚମ୍ପୁଆ ଉପଖଣ୍ଡ ଯୋଡ଼ା ଠାରେ କାର୍ଯ୍ୟ କରୁଥିବା ଫାଷ୍ଟ ଗାର୍ଡ ସିକ୍ୟୁରିଟି ଏଜେନ୍ସି ସିକ୍ୟୁରିଟି ସଂସ୍ଥା ର ଶ୍ରମିକ ମାରଣ ନୀତି କୁ ନେଇ ଏହି ସଂସ୍ଥାରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ସୂଚନାଯୋଗ୍ୟ କି ଯୋଡ଼ା ଠାରେ ଫ୍ଲାଇ ଓଭର ନିର୍ମାଣ କାର୍ଯ୍ୟ କରୁଥିବା ଚେଭରକ୍ସ କନଷ୍ଟ୍ରକସନ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ ଠାରୁ ଏହି ଫାଷ୍ଟ ଗାର୍ଡ ସିକ୍ୟୁରିଟି ଏଜେନ୍ସି କାମ ନେଇ କମ୍ପାନୀର ସୁରକ୍ଷା ପାଇଁ ୧୦୦ ରୁ ଅଧିକ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରିଛି।

ତେବେ ଏହି ସୁରକ୍ଷା କର୍ମୀଙ୍କୁ ସଂସ୍ଥା ସରକାରଙ୍କ ନିର୍ଧାରିତ ମଜୁରି ଅନୁସାରେ ଦରମା ନଦେଇ ଦୀର୍ଘ ତିନି ବର୍ଷ ହେବ ଶୋଷଣ କରି ଆସୁଛି। ସୁରକ୍ଷା କର୍ମୀଙ୍କୁ ଦୈନିକ ୩୩୬ ଟଙ୍କା ମଜୁରୀ ଦେଉଥିବା ବେଳେ କାର୍ଯ୍ୟରେ ନିୟୋଜିତ ବେଳେ ହୋଇଥିବା ଚୁକ୍ତି ଦିନକୁ ଆଠ ଘଣ୍ଟା ଡ୍ୟୁଟି ସହିତ ଅଧିକ ଚାରି ଘଣ୍ଟାର ଓଭର ଟାଇମ୍ କାର୍ଯ୍ୟ ପାଇଁ ଅଧିକ ମଜୁରି ନ ଦେବା କହିଲେ ନାଲି ଆଖି ଦେଖାଇ ବିନା ନୋଟିସ ରେ କାର୍ଯ୍ୟରୁ ଛଟେଇ କରିଦେବା

ୟୁନିଫର୍ମ ପାଇଁ ଟଙ୍କା ନେଇ ମଧ୍ୟ ୟୁନିଫର୍ମ ନ ଦେବା, କମ୍ପାନୀ ର ଆଇ କାର୍ଡ, ସ୍ବାସ୍ଥ୍ୟ ସେବା ନଦେଇ ଶୋଷଣ କରୁଥିବା ବେଳେ ବର୍ଷ ଶେଷରେ ବନୋସ,ଗ୍ରାଚୁଟି ଆଦି ନ ଦେଇ ଶୋଷଣ କରୁଥିବା ଏଠାରେ କାର୍ଯ୍ୟକରୁ ଥିବା ସୁରକ୍ଷା କର୍ମୀ ଅଭିଯୋଗ କରିଛନ୍ତି। ଏପରିକି ସାପ୍ତାହିକ ଛୁଟି ମଧ୍ୟ ଦେଉନଥିବା ଅଭିଯୋଗ ହେଉଛି। ତେବେ ଏହାକୁ ନେଇ ସେମାନେ ଚମ୍ପୁଆ ସହକାରୀ ଶ୍ରମ ଅଧିକାରୀ ଙ୍କ ଦ୍ବାରସ୍ଥ ହୋଇସାରିଥିବା ମଧ୍ୟ ଜଣାପଡିଛି।

Leave a Reply

Your email address will not be published. Required fields are marked *

Powered by Joinchat