ଜିଲ୍ଲା ସ୍ତରୀୟ ବିଶ୍ଵ ନିମୋନିଆ ଦିବସ ପାଳିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ ): ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୁବର୍ଣ୍ଣପୁର ସେମିନାର ହଲ ଠାରେ ବିଶ୍ଵ ନିମୋନିଆ ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ା ପ୍ରଦୀପ କୁମାର ଗୁରୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ସଭାରେ ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡ଼ା ଦୈତ୍ୟ ନାରାୟଣ ପାଢ଼ୀ, ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡା ଦିଲ୍ଲୀପ କୁମାର ପୁରୋହିତ ଓ ଡ଼ା ନନ୍ଦ କିଶୋର ନାଏକ,ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ବିଶ୍ବମ୍ବର ବେହେରା ପ୍ରମୁଖ ମଂଚାସୀନ ଥିଲେ l

ଅତିଥି ବୃନ୍ଦ ସାନ୍ସ କ୍ୟାମ୍ପେନ କାନୋପୀ ର ଶୁଭ ଉଦଘାଟନ କରି ନିମୋନିଆ ର ଲକ୍ଷଣ, ଏହା କିପରି ବ୍ୟାପିଥାଏ, ଲକ୍ଷଣ ଜାଣିଲା ମାତ୍ରେ କେଉଁ ସବୁକଥା ପ୍ରତି ଧ୍ୟାନ ଦେବା ଏବଂ ନିମୋନିଆ ରୁ ରକ୍ଷା ପାଇବା ପାଇଁ କି କି ପଦକ୍ଷେପ ନେବା ସେ ଉପରେ ସଚେତନତା ସୃଷ୍ଟି କରି “ନିମୋନିଆ କୁ କଲେ ଦମନ, ସୁଖ ମୟ ହେବା ଶିଶୁ ଜୀବନ” ଉପରେ ଗୁରୁତ୍ୱାରୋପ କରିଥିଲେ l ସହକାରୀ ଜିଲ୍ଲା ଜନ ସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ ସଭା ପରିଚାଳନା କରିଥିଲେ ଏହିକ୍ରମରେ ଏକ କୁଇଜ୍ କାର୍ଯ୍ୟକ୍ରମ କରାଯାଇଥିଲା ଓ ମୁଖ୍ୟ ଅତିଥି ୧୦ ଜଣ ହିତାଧିକାରୀ ମା ମାନଙ୍କୁ ପୁରସ୍କୃତ କରିଥିଲେ।ଉକ୍ତ ସଭାରେ ହିତାଧିକାରୀ ମା ମାନେ, ଏ ଏନ ଏମ ଟ୍ରେନିଂ ଛାତ୍ରୀ ବୃନ୍ଦ ,ସମସ୍ତ କର୍ମଚାରୀ , ନର୍ସିଂ ଅଫିସର,ସ୍ବାସ୍ଥ୍ୟ ଅଧିକାରୀ ଓ ସାମ୍ବାଦିକ ପ୍ରମୁଖ ଉପସ୍ଥିତି ଥିଲେ।ଶେଷରେ ଏଲି ଭଞ୍ଜ ନର୍ସିଂ ଅଫିସର ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *

error: Content is protected !!