ମୟୁରଭଞ୍ଜ/କରଞ୍ଜିଆ (ଜିତେନ୍ଦ୍ର ରାଜ଼): ବିଭିନ୍ନ ସମୟରେ ନିମ୍ନମାନର ଛତୁଆ ପ୍ରସ୍ତୁତି ଓ ପୋକଲଗା ଛତୁଆ ବଣ୍ଟନ କୁ ନେଇ ସର୍ବଦା ଚର୍ଚ୍ଚା ଓ ବିବାଦରେ ଥିବା କରଞ୍ଜିଆ ର ଛତୁଆ ପ୍ରସ୍ତୁତ ଓ ବଣ୍ଟନ କରୁଥିବା ରାଧେ ବିଶ୍ୱ ସ୍ୱୟଂସହାୟିକା ଗୋଷ୍ଠି ର ଅସ୍ୱାସ୍ଥ୍ୟକର ପରିବେଶ ରେ ଛତୁଆ ପ୍ରସ୍ତୁତି ହେଉଥିବା ଘଟଣା ସାମ୍ନାକୁ ଆସିଛି।
ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଛତୁଆ ପ୍ରସ୍ତୁତକାରୀ ସଂସ୍ଥା ର କାର୍ଯ୍ୟ ନବୀକରଣ ର ସରଜାମିନ ତଦନ୍ତ ନିମନ୍ତେ କରଞ୍ଜିଆ ତହସିଲଦାର ବିଦ୍ୟଧାର ପତି ଛତୁଆ ପ୍ରସ୍ତୁତକାରୀ ଙ୍କ ପ୍ରସ୍ତୁତି କେନ୍ଦ୍ର ପରିଦର୍ଶନ ରେ ଆସିଥିବା ସମୟରେ ଏହାକୁ ଦେଖିଥିଲେ ଓ ସରକାର ଙ୍କ ନିର୍ଦ୍ଧେଶାବଳୀ ଅନୁଯାୟୀ ସ୍ୱଛତା ଅବଲମ୍ବନ କରାଯାଉନଥିବା ଦେଖିଥିଲେ ଓ ଆବଶ୍ୟକୀୟ କାଗଜପତ୍ର ମାଗିବାରୁ ଛତୁଆ ପ୍ରସ୍ତୁତକାରୀ ସଂସ୍ଥା ତାହା ମଧ୍ୟ ତହସିଲଦାର ଙ୍କୁ ଦେଖାଇପାରି ନଥିଲା।
ପୂର୍ବରୁ ସରକାର ର ବିଧାୟକ ଓ ମନ୍ତ୍ରୀ ଙ୍କୁ ହାତଵାଋଷି କରି ବର୍ଷ ବର୍ଷ ଧରି ନିମ୍ନମାନର ଛତୁଆ ପ୍ରସ୍ତୁତି ଓ ବଣ୍ଟନ କରି ଆସୁଥିବା ସଂସ୍ଥା ପୁରୁଣା ଧାରା ବଜାୟ ରହି ରାଜନୈତିକ ଚାପ ଅର୍ଥ ବଳରେ ସଂସ୍ଥା ର ଚୁକ୍ତି ନବୀକରଣ ହେଉଛି ନା ଅଧିକାରୀ ସ୍ୱଛତା ଅବଲମ୍ବନ କରି ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା କୁ ନେଇ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି।