କରଞ୍ଜିଆରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

ମୟୁରଭଞ୍ଜ(ଜିତେନ୍ଦ୍ର ରାଜ଼): ଆଜି କରଞ୍ଜିଆ ମିଳନ ପଡିଆ ଠାରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ ହୋଇଯାଇଛି ଏହି ଉଦଘାଟନି ଉତ୍ସବ ରେ ମୁଖ୍ୟଅତିଥି ଭାବେ ରାଜ୍ୟ ସରକାର ଙ୍କ ଜଙ୍ଗଲ ଓ ପରିବେଶ ଏବଂ ଶ୍ରମ ମନ୍ତ୍ରୀ ଇଂଜିନିୟର ଗଣେଷ ରାମ ସିଂଖୁଣ୍ଟିଆ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ମୟୁରଭଞ୍ଜ ଲୋକସଭା ସାଂସଦ ନବ ଚରଣ ମାଝୀ, କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବ୍ରୁ ଯୋଗ ଦେଇ ମେଳାକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ

ଉଦଘାଟନୀ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ସିଦ୍ଧାର୍ଥ ବେଉରା, କେ ବି କେ ର ମୁଖ୍ୟ ବୈଜ୍ଞାନିକ ଡ଼ଃ ଦୀପକ ମହାନ୍ତି, ବିଭାଗୀୟ ମୁଖ୍ୟ ଯନ୍ତ୍ରୀ ଇଂଜିନିୟର ଶ୍ରୀନିବାସ ପୃଷ୍ଟି, କୃଷି ଯନ୍ତ୍ରପାତି ମେଳା ର ଆବାହକ ତଥା କରଞ୍ଜିଆ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଂସଦା, କରଞ୍ଜିଆ ବ୍ଲକ ଅଧ୍ୟକ୍ଷା ସୁଭଦ୍ରା ମାରଣ୍ଡି, କରଞ୍ଜିଆ କୃଷି ଜିଲ୍ଲା ଅଧିକାରୀ ତପନ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇ ଏହି ଅବସର ରେ ଉପଖଣ୍ଡ ର ପାଞ୍ଚଟି ବ୍ଲକର ଅଗ୍ରଣୀ ଚାଷୀ ଙ୍କୁ ମନ୍ତ୍ରୀ ସମ୍ମାନିତ କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!