ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଯଶିପୁର ଗସ୍ତ, ଯଶିପୁର ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ

ମୟୁରଭଞ୍ଜ/କରଞ୍ଜିଆ (ଜିତେନ୍ଦ୍ର ରାଜ଼)ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଆଜି ବାରିପଦା ଯିବା ସମୟରେ ଦିବା୧୧ ଘଟିକା ସମୟରେ ଯଶିପୁର ଠାରେ ପହଂଚିଥିଲେ।ତାଙ୍କୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଇଂ ଗଣେଶ ରାମସିଂ ଖୁଣ୍ଟିଆ, ଜିଲ୍ଲା ବିଜେପି ସଭାପତି କୃପାସିନ୍ଧୁ ମହାନ୍ତ, ଜିଲ୍ଲା ଉପସଭାପତି ବିପିନ ବିହାରୀ ମହାନ୍ତ, ଜିଲ୍ଲା ସାଧାରଣ ସମ୍ପାଦକ ଆଶିଷ କୁମାର ମହାନ୍ତ, ଜଙ୍ଗଲ ମନ୍ତ୍ରୀ ଙ୍କ ପ୍ରତିନିଧି ମହାନ୍ତି ବିରୁଆ,କାଳିଚରଣ ନାଏକ, ଭାଲୁ ମହାନ୍ତି, ବାଜୁରାମସିର୍କା, ଶୁଭେନ୍ଦୁ ମହାନ୍ତ ଙ୍କ ସହିତ ଶତାଧିକ କାର୍ଯ୍ୟକର୍ତା ଓ କର୍ମୀ ସ୍ୱାଗତ କରିଥିଲେ।

ସେଠାରୁ ଉଭୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଙ୍କ ସହିତ ସ୍ୱାସ୍ଥ୍ୟ ମନ୍ତ୍ରୀ ଯଶିପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସ୍ୱାସ୍ଥ୍ୟ କେନ୍ଦ୍ର ର ସ୍ଥିତି ଅନୁଧ୍ୟାନ କରିବା ସହିତ ଚିକିତ୍ସିତ ହେଉଥିବା ରୋଗୀ ଓ ରୋଗୀ ସମ୍ପର୍କୀୟ ଙ୍କ ସହିତ ଆଲୋଚନା କରିଥିଲେ।ଡାକ୍ତରଖାନା ପରିଦର୍ଶନ ସମୟରେ ଯଶିପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଓ ଡକ୍ଟର ମାନେ ଉପସ୍ଥିତ ଥିଲେ। ପରେ ମନ୍ତ୍ରୀ ଯଶିପୁର ରୁ ବାରିପଦା ଅଭିମୁଖେ ଗସ୍ତ କରିଥିଲେ।

Leave a Reply

Your email address will not be published. Required fields are marked *

Powered by Joinchat