ବୁଗୁଡ଼ାରେ କାର୍ତ୍ତିକେଶ୍ୱରଙ୍କ ପୂଜା ଆରମ୍ଭ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ବଡ଼ଦାଣ୍ଡ ଠାରେ ବିରଞ୍ଚିନାରାୟଣ ପୂଜା କମିଟି ପକ୍ଷରୁ କାର୍ତ୍ତିକେଶ୍ୱରଙ୍କ ପୂଜା ମହାସମାରୋହରେ ଆରମ୍ଭ ହୋଇଯାଇଛି।ଉକ୍ତ ଉତ୍ସବରେ ପୁରୋହିତ ଭାବେ ଦୀପକ କୁମାର ଦାସ ଓ ପଦ୍ମଲୋଚନ ମିଶ୍ର ଯୋଗଦେଇ ଯଥା ରୀତିନୀତି ପ୍ରକାରେ ପୂଜାପାଠ ସମ୍ପାଦନ କରିଥିଲେ।କର୍ତ୍ତା ଭାବେ ମନୋଜ କୁମାର ସ୍ବାଇଁ ଦାୟିତ୍ଵ ନିର୍ବାହ କରିଥିଲେ।ସେହିପରି ଗୋପୀନାଥ ଯୁବକ ସଂଘ ପକ୍ଷରୁ ଗୋପୀନାଥ ମନ୍ଦିର ପରିସରରେ ମଧ୍ୟ କାର୍ତ୍ତିକେଶ୍ୱରଙ୍କ ପୂଜା ଉତ୍ସବ ଆଡ଼ମ୍ୱର ସହକାରେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ପୁରୋହିତ ଭାବେ ଚିତ୍ତରଞ୍ଜନ ଦାସ, ଷଷ୍ଠୀ ପ୍ରସାଦ ହୋତା ଓ ପ୍ରଶାନ୍ତ ମିଶ୍ର ଯୋଗଦେଇ ଯଥା ବିଧି ପ୍ରକାରେ ଠାକୁରଙ୍କ ପୂଜାପାଠ ସମ୍ପାଦନ କରିଥିଲେ।ମାଗି ନାୟକ କର୍ତ୍ତା ଭାବେ ଦାୟିତ୍ଵ ନିର୍ବାହ କରିଥିଲେ।ରଙ୍ଗୀନ ଆଲୋକ ମାଳାରେ ସୁସଜ୍ଜିତ ଆକର୍ଷଣୀୟ ମେଢ଼ ଦ୍ୱୟକୁ ଦେଖିବାକୁ ଆଖପାଖ ଅଞ୍ଚଳର ବହୁ ଲୋକଙ୍କ ସମାବେଶ ହୋଇଥିଲା।ଠାକୁରଙ୍କ ସନ୍ଧ୍ୟା ଆଳତି ସମୟରେ ଶ୍ରଦ୍ଧାଳୁଙ୍କ ଭିଡ ଜମୁଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *

error: Content is protected !!